ଜଟାଧାରୀ ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ: ଶତାଧିକ ବେଲ, ନଡ଼ିଆ ସହ ଫଳ ଓ ଔଷଧୀୟ ବୃକ୍ଷ ରୋପଣ
News Summary
ମାହାଙ୍ଗା ଜଟାଧାରୀ ଆଶ୍ରମରେ କଳିଙ୍ଗଭାରତୀ ଓ ଅକ୍ଷୟମିତ୍ର ଫାଉଣ୍ଡେସନ ପକ୍ଷରୁ ଶତାଧିକ ଫଳ, ଫୁଲ ଓ ଔଷଧୀୟ ବୃକ୍ଷ ରୋପଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କଟକ/ ମାହାଙ୍ଗା:୧୫/୯ ମାହାଙ୍ଗା ବ୍ଲକ ଭେଡା ଗ୍ରାମ ପଞ୍ଚାୟତ ଅଧୀନ ପ୍ରସିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ଜଟାଧାରୀ ଆଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗଭାରତୀ ଫାଉଣ୍ଡେସନ ଓ ଅକ୍ଷୟମିତ୍ର ଫାଉଣ୍ଡେସନ, ନୂଆଦିଲ୍ଲୀର ପୃଷ୍ଠପୋଷକତା ଏବଂ ଜଟାଧାରୀ ଆଶ୍ରମର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ ଆଶ୍ରମ ପରିସରରେ ଶତାଧିକ ବେଲ, ନଡ଼ିଆ ସମେତ ବିଭିନ୍ନ ପ୍ରକାରର ଫଳ, ଫୁଲ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା।ଆଶ୍ରମ ପରିସରରେ ଆୟୋଜିତ ସଭାରେ ଗୀତିକାର ବିଶେଶ୍ୱର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଇଞ୍ଜିନିୟର ଅକ୍ଷୟ କୁମାର ସାମଲ ଯୋଗଦେଇ ଫାଉଣ୍ଡେସନର ଆଭିମୁଖ୍ୟ ସହ ଓଡ଼ିଶା ଏବଂ ମାହାଙ୍ଗା ଅଞ୍ଚଳରେ ଆଗାମୀ ଦିନରେ କରାଯିବାକୁ ଥିବା ବିଭିନ୍ନ ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।ସମ୍ମାନିତ ଅତିଥି ଭାବେ ମହିମା ଧର୍ମର ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ, ପ୍ରବଚକ ସୁଶାନ୍ତ ନାୟକ ଓ ନାଟ୍ୟକାର ଅଭୟ କୁମାର ଦାସ ଯୋଗଦେଇ ଜଟାଧାରୀ ଆଶ୍ରମର ମାହାତ୍ମ୍ୟ ଏବଂ ବର୍ତ୍ତମାନ ସମୟରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭରେ ଜଟାଧାରୀ ଆଶ୍ରମର ମୁଖ୍ୟ ପରିଚାଳକ ଅଶୋକ ସାମଲ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଶ୍ରମର ମହନ୍ତ ଗୁରୁ ରାମପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ଋଷି କୁମାର ରାଉତ, ପ୍ରଶାନ୍ତ ପଟ୍ଟନାୟକ, ସୁନାକର ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।ଫାଉଣ୍ଡେସନର ରାଜ୍ୟ କାର୍ଯ୍ୟକାରିଣୀର ବରିଷ୍ଠ କର୍ମକର୍ତ୍ତା ତଥା ବୈଜ୍ଞାନିକ ବିଜୟ କୁମାର ସାମଲ, ପରିବେଶବିତ୍ ଅକ୍ଷୟ କୁମାର ଷଡ଼ଙ୍ଗୀ, ଶିକ୍ଷାବିତ୍ ଚୌଧୁରୀ ରମାକାନ୍ତ ପ୍ରହରାଜ, ପ୍ରଦ୍ୟୁମ୍ନ କୁମାର ବାରିକ, ପ୍ରଦୀପ୍ତ କୁମାର ମହାପାତ୍ର, ଯତୀନ୍ଦ୍ର ନାଥ ସାମଲ, ଜ୍ୟୋତିରଞ୍ଜନ ମହାନ୍ତି, ସମାଜସେବୀ ପବିତ୍ରମୋହନ ପ୍ରଧାନ, ସୁନାକର ମହାପାତ୍ର ଓ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ଅବସରରେ ବରିଷ୍ଠ କବି ପ୍ରଫୁଲ୍ଲ କୁମାର ସିଂହ କବିତା ପାଠ କରିଥିଲେ। ଆଶ୍ରମର ଅନ୍ତେବାସୀ ବେଦବିଦ୍ୟାର୍ଥୀମାନେ ବେଦପାଠ କରିଥିବା ବେଳେ ବାବା ଆତ୍ମାରାମଙ୍କ ରଚିତ ଭଜନ ମଧ୍ୟ ପରିବେଷଣ କରାଯାଇଥିଲା।ସ୍ଥାନୀୟ ଅଧିବାସୀ ଓ ଆଶ୍ରମର ଅନ୍ତେବାସୀମାନେ ସକ୍ରିୟ ଭାବେ ଯୋଗଦେଇ ବୃକ୍ଷରୋପଣ ସହ ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
