ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ: ପ୍ଲାନିଂ ବେଳେ ମାଡ଼ିବସିଲା ପୋଲିସ, ୭ରୁ ଅଧିକ ସନ୍ଦିଗ୍ଧ ଅଟକ

News Summary

ମୟୂରଭଞ୍ଜରେ ବଡ଼ଧରଣର ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ। ବୈଶିଙ୍ଗା ପୋଲିସ ୭ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ କରିବା ସହ କାର୍ ଜବତ କରିଛି।

ନଜର ଓଡ଼ିଶା | Nazar Odisha


ମୟୂରଭଞ୍ଜ/ବାରିପଦା, ୧୫/୦୯: ମୟୂରଭଞ୍ଜ ଜିଲ୍ଲାରେ ବଡ଼ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ବ୍ୟାଙ୍କ ଲୁଟ୍ ପାଇଁ ପ୍ଲାନିଂ କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ବୈଶିଙ୍ଗା ପୋଲିସ ଅତର୍କିତ ଚଢ଼ାଉ କରି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୭ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା ଏକ କାର୍ ମଧ୍ୟ ଜବତ କରାଯାଇଛି।ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ମାନଗୋବିନ୍ଦପୁରସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାରେ କିଛି ଦୁର୍ବୃତ୍ତ ଲୁଟ୍ ଉଦ୍ୟମ ଚଳାଇଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ବୈଶିଙ୍ଗା ପୋଲିସ ସେଠାରେ ପହଞ୍ଚି ଅତର୍କିତ ଚଢ଼ାଉ କରିଥିଲା।ପୋଲିସ ଗାଡ଼ିର ସାଇରନ ଶୁଣି ଡକାୟତ ଦଳ ଏକ କାର୍‌ରେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କ ପିଛା କରି ବୈଶିଙ୍ଗା ଛକ ନିକଟରେ କାର୍‌ଟିକୁ ଘେରାବନ୍ଦୀ କରିଥିଲା। ପରେ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା।ଘଟଣାସ୍ଥଳରୁ ଅପରାଧରେ ବ୍ୟବହୃତ ପଶ୍ଚିମବଙ୍ଗ ନମ୍ବର ପ୍ଲେଟ୍ ଥିବା କାର୍‌ଟିକୁ ଜବତ କରାଯାଇଛି। ଏଥିସହ ୭ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ପ୍ରାଥମିକ ତଦନ୍ତରୁ ଏହି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ବିରୋଧରେ ଗୁରୁତର ସୂଚନା ମିଳିଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂର୍ବରୁ ଘଟିଥିବା ବ୍ୟାଙ୍କ ଚୋରି ଓ ଲୁଟ୍ ଘଟଣାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଗ୍ୟାଙ୍ଗରେ ଆଉ କେତେଜଣ ସାମିଲ ଅଛନ୍ତି, ତାହା ଜାଣିବାକୁ ମଧ୍ୟ ଛାନଭିନ୍ ଚାଲିଛି।

Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।