ମନ୍ କୀ ବାତ ଶୁଣିଲେ ସାଂସଦ ଅନନ୍ତ ନାୟକ, ମିଶ୍ରଣ ପର୍ବରେ ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ
News Summary
କେନ୍ଦୁଝର ଢେଙ୍କିକୋଟ ମୁକ୍ତାପୁର ଶକ୍ତିକେନ୍ଦ୍ରରେ ମନ୍ କୀ ବାତ କାର୍ଯ୍ୟକ୍ରମରେ ସାଂସଦ ଅନନ୍ତ ନାୟକ ସାମିଲ। ମିଶ୍ରଣ ପର୍ବରେ ଶତାଧିକ କର୍ମୀ ବିଜେପିରେ ସାମିଲ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୨୭/୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ମଣ୍ଡଳ ଅନ୍ତର୍ଗତ ମୁକ୍ତାପୁର ଶକ୍ତିକେନ୍ଦ୍ରର ରାମଚନ୍ଦ୍ରପୁରଠାରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଗ୍ରାମବାସୀ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହୋଇଥିଲେ।
ଏହି ଅବସରରେ ସାଂସଦ ପ୍ରତିନିଧି ଅଖିଳ ପାତ୍ର, ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର ସାହୁ, ବିଜୟ କୁମାର ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।‘ମନ୍ କୀ ବାତ’ କାର୍ଯ୍ୟକ୍ରମ ପରେ ମୁକ୍ତାପୁର ଶକ୍ତିକେନ୍ଦ୍ରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ରାଜନୈତିକ ଦଳରେ ଥିବା ଶତାଧିକ କର୍ମୀ ସାଂସଦ ଅନନ୍ତ ନାୟକଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିବା ଦଳୀୟ ପକ୍ଷରୁ କୁହାଯାଇଛି।ଏହି ମିଶ୍ରଣ ପର୍ବ ପରେ ଅଞ୍ଚଳରେ ଦଳର ସାଂଗଠନିକ ଭିତ୍ତି ଆହୁରି ମଜବୁତ ହେବ ବୋଲି ଦଳୀୟ କାର୍ଯ୍ୟକର୍ତ୍ତାମାନେ ଆଶା ପ୍ରକାଶ କରିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)