ଭୀମକୁଣ୍ଡରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ, ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସଫେଇ
News Summary
ଭୀମକୁଣ୍ଡରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ। ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନରେ ସଫେଇ ସହ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୭/୯: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ପାଳିତ ହୋଇଛି। ଏହି ଅବସରରେ ଭୀମକୁଣ୍ଡ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।
ପଞ୍ଚାୟତ ପିଇଓ ସୁଧାଂଶୁ ପାଇକରାୟ, ଏଡିଇଓ ଯଦୁମଣି ମହାନ୍ତ ଓ ଭକ୍ତବନ୍ଧୁ ମହାନ୍ତଙ୍କ ନେତୃତ୍ୱରେ ଏମବିକେ, ସିଆରପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଭୀମକୁଣ୍ଡ ପରିସରରୁ ଅଳିଆ ଆବର୍ଜନା ସଫା କରାଯିବା ସହ ପର୍ଯ୍ୟଟନସ୍ଥଳୀକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ପାଇଁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା।
ଭୀମକୁଣ୍ଡକୁ ଆସୁଥିବା ପର୍ଯ୍ୟଟକମାନେ ଏଣେତେଣେ ଅଳିଆ ନପକାଇବା ସହ ପ୍ରାକୃତିକ ପରିବେଶର ସୁରକ୍ଷା କରିବାକୁ ଅଭିଯାନରେ ଆହ୍ୱାନ ଦିଆଯାଇଥିଲା।ଏହି ସଫେଇ ଅଭିଯାନରେ ସନ୍ତୋଷ ବାରିକ, ତରଣ ମହାନ୍ତ, ସନତ ପଲେଇ, ବିପିନ ନାଏକ, ବିମ୍ବାଧର ମହାନ୍ତ, ସସ୍ମିତା ମହାନ୍ତ, ଲକ୍ଷ୍ମୀ ବାରିକ ଓ ଗୌରୀ ମୁଣ୍ଡାଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ମହିଳା ଯୋଗଦେଇଥିଲେ।ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନେ କହିଥିଲେ ଯେ, ଭୀମକୁଣ୍ଡ ଭଳି ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ଓ ପରିବେଶକୁ ସୁରକ୍ଷିତ ରଖିବା ସହ ଏହାକୁ ସ୍ୱଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ୱ। ଏଭଳି ସଚେତନତାମୂଳକ ଅଭିଯାନ ପର୍ଯ୍ୟଟନସ୍ଥଳୀର ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି ସେମାନେ ମତପ୍ରକାଶ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)