ଅଙ୍ଗନବାଡିରେ ‘ଆଙ୍ଗନ କା ଉତ୍ସବ’: ପୋଷଣ ପିଠା ଓ ତ୍ରିରଙ୍ଗା ଥାଳି ପ୍ରତିଯୋଗିତା
News Summary
ପାଟଣା ବ୍ଲକର ଅଙ୍ଗନବାଡି କେନ୍ଦ୍ରରେ ୩ ଦିନିଆ ‘ଆଙ୍ଗନ କା ଉତ୍ସବ’ ଆରମ୍ଭ। ପୋଷଣ ପିଠା, ତ୍ରିରଙ୍ଗା ଥାଳି, ଶିଶୁଙ୍କ ପ୍ରତିଭା ଅନ୍ୱେଷଣ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୭/୯: ନବମ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ପାଟଣା ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ୩ ଦିନିଆ ‘ଆଙ୍ଗନ କା ଉତ୍ସବ’ ଆରମ୍ଭ ହୋଇଛି। ସେପ୍ଟେମ୍ବର ୯ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯାଉଥିବା ବେଳେ ସେପ୍ଟେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେଉଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ପୁରୁଷମାନଙ୍କ ଦ୍ୱାରା ପୋଷଣ ପିଠା ପ୍ରସ୍ତୁତି ସହ ‘ତ୍ରିରଙ୍ଗା ଥାଳି’ରେ ତିନି ରଙ୍ଗର ସୁଦୃଶ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରୁ ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି।ଦ୍ୱିତୀୟ ଦିନରେ ‘ଜେଜେ ବାପା, ଜେଜେ ମା’ଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏଥିରେ ଶିଶୁମାନେ ଗପ ଶୁଣିବା ସହ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭାଗ ନେବେ।ତୃତୀୟ ଦିନରେ ଅଙ୍ଗନବାଡି କର୍ମୀ ଓ ଆଶା ସହାୟିକାମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିବେ। ଏହା ସହିତ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରୁଥିବା ଦକ୍ଷ କର୍ମୀଙ୍କୁ ପୁରସ୍କୃତ କରାଯିବ।ଏନେଇ ପାଟଣା ସିଡିପିଓ କଳ୍ପନା ଦୋରା ସୂଚନା ଦେଇଛନ୍ତି। ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ବିକାଶ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।