ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘର ପରିଦର୍ଶନ କଲେ କେନ୍ଦୁଝର DFO

News Summary

କେନ୍ଦୁଝର ପାଟଣା ରେଞ୍ଜର ସିଲିପଦା ଗ୍ରାମରେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘର ପରିଦର୍ଶନ କଲେ DFO ଏଚ୍‌.ଡି. ଧନରାଜ। ଘର ପୁନଃନିର୍ମାଣ ନେଇ ଦେଲେ ପରାମର୍ଶ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୯/୯: ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘରର ସ୍ଥିତି ପରଖିବା ସହ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର DFO ଏଚ୍‌.ଡି. ଧନରାଜ ଗତକାଲି ପାଟଣା ରେଞ୍ଜ ଅଧୀନ ସାହାରପଡ଼ା ସେକ୍ସନ୍‌ର ଉଦୟପୁର ପଞ୍ଚାୟତ ଅନ୍ତର୍ଗତ ସିଲିପଦା ଗ୍ରାମ ପରିଦର୍ଶନ କରିଥିଲେ।ସୂଚନା ଅନୁଯାୟୀ, ହାତୀ ଆକ୍ରମଣରେ ସିଲିପଦା ଗ୍ରାମର ଗୁଣନିଧି ମହାନ୍ତଙ୍କ ଘର କ୍ଷତିଗ୍ରସ୍ତ ହୋଇଥିଲା। ଏହି ଘରର କ୍ଷୟକ୍ଷତିକୁ କେନ୍ଦୁଝର DFO ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।ଘର କ୍ଷତିଗ୍ରସ୍ତ ହେବା ପରେ ଏହାର ପୁନଃନିର୍ମାଣ ପାଇଁ ଆବାସ ଯୋଜନା ଅଧୀନରେ ପ୍ରଥମ କିସ୍ତି ଭାବେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ନେଇ ଜଣାପଡ଼ିଛି।ପରିଦର୍ଶନ ସମୟରେ DFO ଏଚ୍‌.ଡି. ଧନରାଜ ଘର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଗୁଣନିଧି ମହାନ୍ତଙ୍କୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।ହାତୀ ଉପଦ୍ରବରେ ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳୁଥିବା ସରକାରୀ ସହାୟତା ରାଶି ଏବଂ କ୍ଷତିଗ୍ରସ୍ତ ଘରର ପୁନଃନିର୍ମାଣ କାର୍ଯ୍ୟର ସ୍ଥିତି ନେଇ ଏହି ପରିଦର୍ଶନ ଗୁରୁତ୍ୱ ବହନ କରୁଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।