ପୋଇପାଣି ସଂରକ୍ଷିତ ଜଙ୍ଗଲରୁ ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର
News Summary
କେନ୍ଦୁଝର ପାଟଣା ବନାଞ୍ଚଳର ପୋଇପାଣି ସଂରକ୍ଷିତ ଜଙ୍ଗଲରୁ ବାଲି ବୋଝେଇ ଟ୍ରାକ୍ଟର ଜବତ କଲା ବନ ବିଭାଗ। ଚଢ଼ାଉ ବେଳେ ଚାଳକ ଫେରାର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୯/୯: ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରୁ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି ପାଟଣା ବନ ବିଭାଗ। ବେଆଇନ ଭାବେ ବାଲି ପରିବହନ ଅଭିଯୋଗରେ ବନ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ବନପାଳ ଚିତ୍ତରଞ୍ଜନ ପରିଡ଼ା ଓ ବନରକ୍ଷୀ ଦୀପକ ରଣା ପ୍ରମୁଖ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ।ବନ ବିଭାଗର ଚଢ଼ାଉ ସମୟରେ ଟ୍ରାକ୍ଟର ଚାଳକ ଗାଡ଼ିଟିକୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ବନ ବିଭାଗ କର୍ମଚାରୀମାନେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି। ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।