ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ନକଲି MVI ସାଜି ମହିଳାଙ୍କୁ ଠକେଇ: ସରକାରୀ ଚାକିରି ଦେବାକୁ କହି ୭.୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ଗିରଫ

News Summary

ନକଲି MVI ସାଜି ମହିଳାଙ୍କୁ ବିବାହ ପ୍ରସ୍ତାବ ଓ ସରକାରୀ ଚାକିରିର ପ୍ରଲୋଭନ ଦେଇ ୭.୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସାରଙ୍ଗଡ଼ ପୁଲିସ ଧର୍ମେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରିଛି

ନଜର ଓଡ଼ିଶା | Nazar Odisha
ଫୁଲବାଣୀ/ଚକାପାଦ/ସାରଙ୍ଗଡ଼, ୨୦/୦୯: ନିଜକୁ ମୋଟର ଯାନ ନିରୀକ୍ଷକ (MVI) ଭାବେ ପରିଚୟ ଦେଇ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେବା ସହ ସରକାରୀ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ସାରଙ୍ଗଡ଼ ପୁଲିସ। ଅଭିଯୁକ୍ତ ଜଣକ ହେଲେ ଚକାପାଦ ଥାନା ଅନ୍ତର୍ଗତ ତୋଟାସାହିର ଧର୍ମେନ୍ଦ୍ର କୁମାର ବେହେରା (୩୦)।ପୁଲିସ ସୂଚନା ଅନୁସାରେ, ଧର୍ମେନ୍ଦ୍ର ନିଜର ପରିଚୟ ଲୁଚାଇ ନିଖିଲ କୁମାର ପଟ୍ଟନାୟକ ଓ ଧର୍ମେଶ କୁମାର ପଟ୍ଟନାୟକ ନାମରେ ଲୋକଙ୍କୁ ପରିଚୟ ଦେଉଥିଲେ। ନିଜକୁ MVI ବୋଲି କହି ମହିଳାଙ୍କ ପରିବାରର ବିଶ୍ୱାସ ଜିତୁଥିଲେ। ଏହାପରେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ସମ୍ପର୍କ ଥିବା ଏବଂ ସରକାରୀ ଚାକିରି କରାଇଦେବାର ପ୍ରଭାବ ଥିବା କହି ଟଙ୍କା ନେଉଥିବା ଅଭିଯୋଗ ରହିଛି।ଚାକିରି ଦେବା ନାଁରେ ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ପ୍ରାୟ ଏକ ବର୍ଷ ପୂର୍ବେ ସାରଙ୍ଗଡ଼ ଅଞ୍ଚଳର ଜଣେ ମହିଳାଙ୍କୁ ଧର୍ମେନ୍ଦ୍ର ବିବାହ ପ୍ରସ୍ତାବ ଦେଇଥିଲେ। ନିଜକୁ MVI ବୋଲି ପରିଚୟ ଦେବା ସହ ସରକାରୀ ଚାକିରି କରାଇଦେବାକୁ କହି ମହିଳାଙ୍କ ବିଶ୍ୱାସ ହାସଲ କରିଥିଲେ।ପୁଲିସର ସୂଚନା ଅନୁସାରେ, ଚାକିରି ପାଇବା ଆଶାରେ ମହିଳା ଜଣକ ଅଭିଯୁକ୍ତଙ୍କୁ ୭ ଲକ୍ଷ ୧୮ ହଜାର ୮୫୧ ଟଙ୍କା ଦେଇଥିଲେ। କିନ୍ତୁ ପରେ ଚାକିରି ନ ହେବାରୁ ମହିଳା ଟଙ୍କା ଫେରସ୍ତ ମାଗିଥିଲେ। ଏହାପରେ ଅଭିଯୁକ୍ତ ଧରାଛୁଆଁ ଦେଇନଥିବା ଅଭିଯୋଗ ହୋଇଛି।ଏନେଇ ମହିଳା ଜଣକ ସେପ୍ଟେମ୍ବର ୧୭ ତାରିଖରେ ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ନକଲି MVI ସାଜି ଯାଞ୍ଚ କରୁଥିବା ବେଳେ ଧରିଲା ପୁଲିସ ଅଭିଯୋଗ ପରେ ସାରଙ୍ଗଡ଼ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶନିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାବୁରିଆ ଛକ ନିକଟରେ ଚଢ଼ାଉ କରିଥିଲା ପୁଲିସ।ସେଠାରେ ଧର୍ମେନ୍ଦ୍ର ନିଜକୁ ନକଲି MVI ଭାବେ ପରିଚୟ ଦେଇ ଯାନବାହନ ଯାଞ୍ଚ କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ପରେ ଚକାପାଦ ପୁଲିସର ସହାୟତାରେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା।୨ଟି କାର୍, MVI ୟୁନିଫର୍ମ ଓ ନକଲି ପରିଚୟପତ୍ର ଜବତ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୨ଟି କାର୍, ପରିବହନ ବିଭାଗର ୟୁନିଫର୍ମ, ନକଲି ନେମ୍‌ପ୍ଲେଟ୍, ନକଲି ପରିଚୟପତ୍ର, ବ୍ୟାଙ୍କ ପାସ୍‌ବୁକ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି।ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଧର୍ମେନ୍ଦ୍ର MVI ୟୁନିଫର୍ମ ପିନ୍ଧିବା ସହ ନିଜ ଗାଡ଼ିରେ କମଳା ରଙ୍ଗର ଲାଇଟ୍ ବ୍ୟବହାର କରୁଥିଲେ। ଏହା ମାଧ୍ୟମରେ ସେ ନିଜକୁ ଜଣେ ସରକାରୀ ମୋଟର ଯାନ ନିରୀକ୍ଷକ ଭାବେ ଦର୍ଶାଉଥିବା ପୁଲିସ କହିଛି।କନ୍ଧମାଳ ଓ ଗଞ୍ଜାମରେ ମଧ୍ୟ ଠକେଇର ତଦନ୍ତ
ପୁଲିସର ପ୍ରାଥମିକ ତଦନ୍ତରୁ ଧର୍ମେନ୍ଦ୍ର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି ଅଫିସର ସାଜି ଯାନବାହନ ଯାଞ୍ଚ କରୁଥିବା ସୂଚନା ମିଳିଛି। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯାଇ ନିଜକୁ ସରକାରୀ ଅଧିକାରୀ ବୋଲି ପରିଚୟ ଦେଇ ସୁବିଧା ହାସଲ କରୁଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି।ଏକାଧିକ ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇ ଆର୍ଥିକ ଠକେଇ କରିଥିବା ଅଭିଯୋଗ ମଧ୍ୟ ତଦନ୍ତ ବେଳେ ସାମ୍ନାକୁ ଆସିଥିବା ପୁଲିସ ପକ୍ଷରୁ କୁହାଯାଇଛି।ଆହୁରି ଠକେଇର ତଥ୍ୟ ଖୋଜୁଛି ପୁଲିସ ଠକେଇ ମାଧ୍ୟମରେ ମିଳିଥିବା ଟଙ୍କା ଅଭିଯୁକ୍ତ ନିଜର ବିଳାସପୂର୍ଣ୍ଣ ଜୀବନଯାପନରେ ବ୍ୟବହାର କରୁଥିବା ପୁଲିସ କହିଛି। ଅଭିଯୁକ୍ତ କେତେ ଟଙ୍କା ଠକେଇ କରିଛନ୍ତି ଏବଂ ଏହି ଘଟଣାରେ ଆଉ କେତେଜଣ ଲୋକ ସମ୍ପୃକ୍ତ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।କନ୍ଧମାଳ ଏସ୍‌ପି ରମେନ୍ଦ୍ର ପ୍ରସାଦ କହିଛନ୍ତି, ଏଭଳି ଠକେଇର ଶିକାର ହୋଇଥିବା ଅନ୍ୟ କୌଣସି ବ୍ୟକ୍ତି ଥିଲେ ସେମାନେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ। ଅଭିଯୋଗ ମିଳିଲେ ପୁଲିସ ଆଇନ ଅନୁସାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।ସାମ୍ବାଦିକ ସମ୍ମିଳନୀରେ ଘୁ. ଉଦୟଗିରିର ଦାୟିତ୍ୱରେ ଥିବା ଏସ୍‌ଡିପିଓ ବିବେକାନନ୍ଦ ସ୍ୱାଇଁ, ସାରଙ୍ଗଡ଼ ଥାନା ଅଧିକାରୀ ସ୍ମିତା ଜେନା ଏବଂ ରାଇକିଆ ଥାନା ଅଧିକାରୀ ସ୍ୱର୍ଣ୍ଣଲତା ପାତ୍ର ଉପସ୍ଥିତ ଥିଲେ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।