ଆଜିର ରାଶିଫଳ: ୨୦ ସେପ୍ଟେମ୍ବର ୨୦୨୬, ରବିବାର – ଜାଣନ୍ତୁ ମେଷରୁ ମୀନ ପର୍ଯ୍ୟନ୍ତ ରାଶିଫଳ
News Summary
୨୦ ସେପ୍ଟେମ୍ବର ୨୦୨୬ ଭଦ୍ରକାଳୀ ପଞ୍ଜିକା ଓ ଆଜିର ରାଶିଫଳ। ଜାଣନ୍ତୁ ତିଥି, ନକ୍ଷତ୍ର, ଯୋଗ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ଏବଂ ମେଷରୁ ମୀନ ପର୍ଯ୍ୟନ୍ତ ଦୈନିକ ରାଶିଫଳ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭଦ୍ରକାଳୀ ପଞ୍ଜିକା: ଆଜି ୨୦ ସେପ୍ଟେମ୍ବର ୨୦୨୬, ରବିବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ନବମୀ ତିଥି। ଜାଣନ୍ତୁ ଆଜିର ପଞ୍ଜିକା, ତିଥି, ନକ୍ଷତ୍ର, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ଓ ମେଷରୁ ମୀନ ପର୍ଯ୍ୟନ୍ତ ଦୈନିକ ରାଶିଫଳ।
ଆଜିର ଭଦ୍ରକାଳୀ ପଞ୍ଜିକା
ତାରିଖ: ୨୦ ସେପ୍ଟେମ୍ବର ୨୦୨୬, ରବିବାର
ଶକାବ୍ଦ: ୧୯୪୮
ସମ୍ବତ୍: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୩
ସମ୍ବତ୍ସର: ରୌଦ୍ର
ମାସ: ଭାଦ୍ରବ
ପକ୍ଷ: ଶୁକ୍ଳପକ୍ଷ
ତିଥି: ନବମୀ, ସନ୍ଧ୍ୟା ୦୫:୫୧ ପରେ ଦଶମୀ
ନକ୍ଷତ୍ର: ପୂର୍ବାଷାଢ଼, ରାତ୍ରି ୦୪:୩୪ ପରେ ଉତ୍ତରାଷାଢ଼
ଚନ୍ଦ୍ର: ଧନୁ
ଯୋଗ: ସୌଭାଗ୍ୟ
କରଣ: କୌଳବ
ସୌରମାସ: କନ୍ୟା, ୦୪ ଦିନ
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ୦୫:୩୨:୨୯
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୫:୪୨:୩୦
ଆଜିର ବିଶେଷ ତଥ୍ୟ
ଯୋଗିନୀ: ପୂର୍ବେ, ସନ୍ଧ୍ୟା ୦୫:୫୧ ପରେ ଉତ୍ତରେ
ଘାତବାର: ମେଷ ରାଶି
ଶ୍ରାଦ୍ଧ: ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ପୁଷ୍କର ଦୋଷ: ମୃତେ ଏକ ପାଦ ଓ ରାତ୍ରି ୦୪:୩୪ ପରେ ଦ୍ୱିପାଦ ପୁଷ୍କର ଦୋଷ
କାଳବେଳା ଓ ବାରବେଳା
ଦିବା ୧୦:୧୦ ପରେ ୦୧:୧୪ ମଧ୍ୟରେ କାଳବେଳା ଓ ବାରବେଳା।
ଅମୃତ ବେଳା
ଦିବା ୦୬:୨୮ ପରେ ୦୮:୫୨ ମଧ୍ୟରେ
ଦିବା ୦୧:୧୫ ପରେ ୦୩:୧୬ ମଧ୍ୟରେ
ରାତ୍ରି ୦୮:୦୮ ପରେ ୦୯:୪୪ ମଧ୍ୟରେ
ବିଶୁଦ୍ଧ ମାହେନ୍ଦ୍ର ବେଳା: ଦିବା ୦୪:୦୪ ପରେ ୦୪:୫୦ ମଧ୍ୟରେ।
ଭକ୍ଷଣ ନିଷେଧ: ସନ୍ଧ୍ୟା ୦୫:୫୧ ପରେ ଲାଉ ଓ କଳମଶାଗ ଭକ୍ଷଣ ନିଷେଧ ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି।
ଆଜିର ରାଶିଫଳ – ୨୦ ସେପ୍ଟେମ୍ବର ୨୦୨୬
ମେଷ ରାଶି
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ। ଆନୁଷ୍ଠାନିକ କାମରେ ବ୍ୟସ୍ତତା ବଢ଼ିପାରେ। ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ। ଅପରାହ୍ନରେ ଖୋଜୁଥିବା ଜିନିଷ ମିଳି ଖୁସି ହେବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରର ସମସ୍ୟା ମଧ୍ୟ ଦୂର ହୋଇପାରେ।
ବୃଷ ରାଶି
ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ପଡ଼ିପାରେ। ପରିବାର, ଯାନବାହନ, ପରିବହନ, ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ପୁରୁଣା ସମସ୍ୟାକୁ ନେଇ ଚିନ୍ତା ବଢ଼ିପାରେ। ଅନ୍ୟମାନଙ୍କ କଥାକୁ ନେଇ ପରିବାରରେ ମତଭେଦ ହୋଇପାରେ।
ମିଥୁନ ରାଶି
ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅନ୍ୟମନସ୍କତା ଯୋଗୁ ଭୁଲ୍ ହୋଇ ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟ କ୍ଷେତ୍ର ସାଧାରଣ ରହିଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ।
କର୍କଟ ରାଶି
ତରବରିଆ ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି। ଦୀର୍ଘଦିନର ଆଶା ପୂରଣ ହେବାର ସୁଯୋଗ ରହିଛି। ତେବେ ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସଫଳତା ମିଳିବା କଷ୍ଟକର ହୋଇପାରେ। ଉଚ୍ଚପଦାଧିକାରୀଙ୍କ ନିକଟରେ ନିଜ ମନର କଥା ପ୍ରକାଶ କରିବାରେ ଦ୍ୱିଧା ରହିପାରେ।
ସିଂହ ରାଶି
ପରୋକ୍ଷ ଶତ୍ରୁତା ଯୋଗୁ କାର୍ଯ୍ୟସାଧନରେ ନିଜ ଲୋକଙ୍କଠାରୁ ଆଶାନୁରୂପ ସହଯୋଗ ନ ମିଳିପାରେ। ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭ ମିଳିପାରେ। ନିର୍ମାଣାଧୀନ ଗୃହ କିମ୍ବା ରାସ୍ତାକାମ କିଛିଦିନ ପାଇଁ ଅଟକିପାରେ। ଲେଖାପଢ଼ା, ଆଲୋଚନା ଓ ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ମିଳିବ।
କନ୍ୟା ରାଶି
ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଯୋଗୁ ମନ ହାଲୁକା ଲାଗିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତି କରିବେ। ଗୃହ କିମ୍ବା ଜମିଜମା ସମ୍ବନ୍ଧୀୟ ଯୋଗାଯୋଗରୁ ଉପକୃତ ହୋଇପାରନ୍ତି। ଆବଶ୍ୟକତା ପୂରଣ ପାଇଁ ଧାରକରଜ କରିବାକୁ ମନସ୍ଥ କରିପାରନ୍ତି।
ତୁଳା ରାଶି
ବିଭିନ୍ନ କାମରେ ଅଧିକ ଜଡ଼ିତ ହୋଇ ମାନସିକ ଚାପ ବଢ଼ାଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ ଘଟଣାକୁ ନେଇ ବିତର୍କ ହୋଇପାରେ। ଖର୍ଚ୍ଚ ବଢ଼ିବା ନେଇ ଚିନ୍ତା ରହିପାରେ। ତେବେ ପାଖପଡ଼ୋଶୀଙ୍କ ସହ ସୁସମ୍ପର୍କ ରଖିବାରେ ସଫଳ ହେବେ।
ବିଛା ରାଶି
ଆଶା କରୁଥିବା ଦିଗରୁ ଅର୍ଥ ମିଳିପାରେ, ତେବେ ଏଥିପାଇଁ କିଛି ପରିଶ୍ରମ କରିବାକୁ ପଡ଼ିବ। ଘନିଷ୍ଠ ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇପାରନ୍ତି। ପରିବାରର ଆବଶ୍ୟକତା ପୂରଣ ପାଇଁ ଅନ୍ୟଙ୍କ ସହାୟତା ନେବାକୁ ପଡ଼ିପାରେ। ସୁସ୍ୱାଦୁ ଭୋଜନର ଆନନ୍ଦ ନେବେ।
ଧନୁ ରାଶି
କାର୍ଯ୍ୟସାଧନ କ୍ଷେତ୍ରରେ ଚାପ ଯୋଗୁ ମାନସିକ ଅସ୍ଥିରତା ରହିପାରେ। କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବାରୁ ସାମୟିକ ଆତ୍ମସନ୍ତୋଷ ମିଳିବ। ଆଧ୍ୟାତ୍ମିକ ଭାବଧାରା ପ୍ରତି ଆକର୍ଷଣ ବଢ଼ିପାରେ। ସଭାସମିତିର ଆଲୋଚନାରେ ଏକମତ ହେବାକୁ ପଡ଼ିପାରେ।
ମକର ରାଶି
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କୁ ପସନ୍ଦ ଆସିବ ଏବଂ ପ୍ରଶଂସା ପାଇ ଖୁସି ହେବେ। ପ୍ରକାଶନ, ଏଜେନ୍ସି ଓ ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ମିଳିପାରେ। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କୁ ନେଇ ସତର୍କ ରହନ୍ତୁ।
କୁମ୍ଭ ରାଶି
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବଢ଼ାଇବା ପାଇଁ ନୂଆ ଉପାୟ ଖୋଜିପାରନ୍ତି। ଅପେକ୍ଷା କରିଥିବା କୌଣସି ଖବର ପାଇ ଖୁସି ହେବେ। ପାରିବାରିକ ସମସ୍ୟା କିମ୍ବା ହଜିଯାଇଥିବା ଜିନିଷକୁ ନେଇ ବ୍ୟସ୍ତତା ବଢ଼ିପାରେ। ଅଫିସରେ ଛୋଟ ଘଟଣାକୁ ନେଇ ମାନସିକ ଚାପ ରହିପାରେ।
ମୀନ ରାଶି
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତା ମିଳିପାରେ। ସାହିତ୍ୟ ଓ ସାମ୍ବାଦିକତା କାମରେ ପ୍ରଶଂସା ପାଇବେ। କଥା କଟାକଟି ଯୋଗୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆର୍ଥିକ ସ୍ଥିତି ସାଧାରଣ ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ଟିପ୍ପଣୀ: ରାଶିଫଳ ଜ୍ୟୋତିଷ ଆଧାରିତ ଧାରଣା ଓ ପାରମ୍ପରିକ ବିଶ୍ୱାସ ଉପରେ ଆଧାରିତ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)