ସୋରରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: NH-16ରେ ଅଖଚକ ବନ୍ଦ, ଶହ ଶହ ଗାଡ଼ି ଅଟକିଲା
News Summary
ବାଲେଶ୍ୱର ସୋରରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। NH-16ରେ ଶହ ଶହ ଗାଡ଼ି ଅଟକିବାରୁ ଯାତ୍ରୀ ହନ୍ତସନ୍ତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବାଲେଶ୍ୱର/ସୋର, ୩୦/୦୯: ବାଲେଶ୍ୱର ଜିଲ୍ଲା ସୋରରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସକାଳ ୬ଟାରୁ ଏହି ବନ୍ଦ ଡାକରା ଦିଆଯାଇଛି।ବନ୍ଦ ପାଳନ ସମୟରେ ସୋର ଥାନା ଅଞ୍ଚଳର NH-16 ଜାତୀୟ ରାଜପଥରେ ଅଖଚକ ବନ୍ଦ କରାଯାଇଛି। ଆନ୍ଦୋଳନକାରୀମାନେ ଜାତୀୟ ରାଜପଥ ଉପରେ ପ୍ରତିବାଦ କରୁଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଏହାଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ଏବଂ ଗାଡ଼ି ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ସମୟ ଧରି ରାଜପଥରେ ଗାଡ଼ି ଅଟକି ରହିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସୁବିଧା ବଢ଼ିଛି।ତେବେ ଆମ୍ବୁଲାନ୍ସ ଏବଂ ମେଡିକାଲ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ବନ୍ଦରୁ ବାଦ୍ ଦିଆଯାଉଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।ସରକାରଙ୍କ ପକ୍ଷରୁ ବହି ବିଭ୍ରାଟକୁ ନେଇ ସଂଗଠନ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ କହିଛନ୍ତି।ଅନ୍ୟପଟେ, ବନ୍ଦ ଯୋଗୁଁ NH-16ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଦୂରଦୂରାନ୍ତକୁ ଯାଉଥିବା ଅନେକ ଯାତ୍ରୀ ଏବଂ ଗାଡ଼ି ଚାଳକ ହଇରାଣ ହରକତ ହେଉଛନ୍ତି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।