ହାଟଡ଼ିହୀରେ ସଫେଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ଶିବିର, ବଣ୍ଟନ ହେଲା ହେଲମେଟ୍ ଓ ପୋଷାକ
News Summary
ହାଟଡ଼ିହୀ ବ୍ଲକରେ ସଫେଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ଶିବିର। ହେଲମେଟ୍ ଓ ପୋଷାକ ବଣ୍ଟନ ସହ ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ହାଟଡ଼ିହୀ:୧/୧୦, ସେବା ସଂକଳ୍ପ ଅଭିଯାନ ଅବସରରେ ଜିଲ୍ଲା ଜଳ ଓ ପରିମଳ ମିଶନ, କେନ୍ଦୁଝର ପକ୍ଷରୁ ହାଟଡ଼ିହୀ ବ୍ଲକ୍ ପରିସରରେ ସଫେଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ଶିବିର ଅନୁଷ୍ଠିତ ହୋଇଛି। ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ଶିବିରରେ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ହାଟଡ଼ିହୀ ବ୍ଲକର ସମ୍ବଳ ସଂଯୋଜକ କାର୍ତ୍ତିକ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବ୍ଲକର ଏବିଡିଓ ରଶ୍ମିରେଖା ନାଏକ ଯୋଗଦେଇଥିଲେ। ସଫେଇ କର୍ମଚାରୀମାନେ ଦୈନନ୍ଦିନ କାର୍ଯ୍ୟ ସମୟରେ କିପରି ନିଜ ସୁରକ୍ଷା ପ୍ରତି ଯତ୍ନବାନ ହେବେ, ସେ ସମ୍ପର୍କରେ ସେ ଆଲୋକପାତ କରିଥିଲେ।ସମାଜକୁ ସ୍ୱଚ୍ଛ ଓ ପରିଚ୍ଛନ୍ନ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏବିଡିଓ ରଶ୍ମିରେଖା ନାଏକ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସଫେଇ ମିତ୍ରମାନଙ୍କୁ ହେଲମେଟ୍ ଓ ସୁରକ୍ଷା ପୋଷାକ ବଣ୍ଟନ କରାଯାଇଥିଲା। ଏଥିସହ ଡାକ୍ତର ବିକାଶ ପ୍ରସାଦ ଓ ଡାକ୍ତର ଅଭିଲିପ୍ସା ଶଙ୍ଖୁଆ ଉପସ୍ଥିତ ସଫେଇ ମିତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଶିବିରରେ ହାଟଡ଼ିହୀ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ ସଫେଇ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ। ସଫେଇ ମିତ୍ରଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସମ୍ମାନକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।