ସପ୍ତମ ଶ୍ରେଣୀରେ ପାଠ ପଢ଼ାଇଲେ ପାଟଣା ବିଡିଓ
News Summary
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କୁମୁଳାବାହାଳି ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ୨୦ ମିନିଟ୍ ପାଠ ପଢ଼ାଇଲେ ବିଡିଓ ମାନସ କୁମାର ଦଣ୍ଡପାଟ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୬/୧୦: ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଶ୍ରେଣୀରେ ଶିକ୍ଷକ ନଥିବା ଦେଖି ନିଜେ ପାଠ ପଢ଼ାଇଲେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ। କୁମୁଳାବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ସେ ପ୍ରାୟ ୨୦ ମିନିଟ୍ ଧରି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ।ସୂଚନା ଅନୁଯାୟୀ, ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତ ଅନ୍ତର୍ଗତ କୁମୁଳାବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମୋଟ ୧୩୬ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ାରେ ସମସ୍ୟା ଦେଖାଦେଉଥିବା ଅଭିଯୋଗ ରହିଛି। ଏପରିକି କେତେକ ଶ୍ରେଣୀରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରିବାକୁ ପଡ଼ୁଥିବା କୁହାଯାଉଛି।ସେହି ଗ୍ରାମକୁ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ପାଇଁ ଯାଇଥିବା ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେହି ସମୟରେ ସପ୍ତମ ଶ୍ରେଣୀରେ ଶିକ୍ଷକ ନଥିବା ଦେଖି ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିଲେ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ ବେହେରାଙ୍କ ସୂଚନା ଅନୁଯାୟୀ, ଅନ୍ୟ ଶିକ୍ଷକମାନେ ନିଜ ନିଜ ଶ୍ରେଣୀରେ ପାଠ ପଢ଼ାଉଥିବା ସମୟରେ ବିଡିଓ ସପ୍ତମ ଶ୍ରେଣୀକୁ ଯାଇ ପାଠ ପଢ଼ାଇଥିଲେ।ଶିକ୍ଷକ ଅଭାବ ଭଳି ସମସ୍ୟା ମଧ୍ୟରେ ବିଡିଓଙ୍କ ଏହି ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର କରିବା ଏବଂ ପାଠପଢ଼ାକୁ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।