ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ନବନିର୍ବାଚିତ ଛାତ୍ର ନେତାଙ୍କ ଶପଥ ଗ୍ରହଣ ଉତ୍ସବ
News Summary
କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ନବନିର୍ବାଚିତ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୬/୧୦: କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ନବନିର୍ବାଚିତ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଛାତ୍ର ସଂସଦ ନିର୍ବାଚନ ଅଧିକାରୀ ଅଧ୍ୟାପକ ହଳଧର ସାହୁଙ୍କ ସହ ଅଧ୍ୟାପକ ଡ. ହୃଦାନନ୍ଦ ବିଶ୍ୱାଳ ଓ ଅଧ୍ୟାପକ ରତ୍ନାକର ମହାକୁର ଉପସ୍ଥିତ ଥିଲେ। ନବନିର୍ବାଚିତ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ଛାତ୍ର ପ୍ରତିନିଧି ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।ମହାବିଦ୍ୟାଳୟ ପକ୍ଷରୁ ନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ଶପଥ ଗ୍ରହଣ ଫର୍ମ ପୂରଣ କରି ପ୍ରତିନିଧିମାନେ ଏଥିରେ ଦସ୍ତଖତ କରିଥିଲେ। ପରେ ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧି ସାମୂହିକ ଭାବେ ଶପଥ ପାଠ କରିଥିଲେ।ଏହି ଶପଥ ଗ୍ରହଣ ଉତ୍ସବ ମାଧ୍ୟମରେ ନବନିର୍ବାଚିତ ଛାତ୍ର ନେତାମାନେ ମହାବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାର ନୂତନ ଦାୟିତ୍ୱ ଗ୍ରହଣ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।