୪୯ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ସରକାରୀ ଜାଗା ଚିହ୍ନଟକୁ ବିରୋଧ, ଉତ୍ତେଜନା
News Summary
କେନ୍ଦୁଝର ଜିଲ୍ଲା ପାଟଣାରେ ୪୯ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ସରକାରୀ ଜମି ଚିହ୍ନଟକୁ ସ୍ଥାନୀୟ ଲୋକଙ୍କ ବିରୋଧ। ଠେଲାପେଲା ପରେ ଉତ୍ତେଜନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୬/୧୦: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ବଜାର ନିକଟସ୍ଥ ନିହ୍ନୁଆଁ ଛକଠାରୁ ହାତିବାରୀ ଗ୍ରାମ ଛକ ପର୍ଯ୍ୟନ୍ତ ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜାଗା ଚିହ୍ନଟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତା ସମ୍ପ୍ରସାରଣ ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଚାଲିଥିବା ଜମି ଚିହ୍ନଟ କାର୍ଯ୍ୟକୁ ହାତିବାରୀ ଓ ନିହ୍ନୁଆଁ ଗ୍ରାମର କିଛି ସ୍ଥାନୀୟ ଲୋକ ବିରୋଧ କରିଥିଲେ।ଏହି ବିରୋଧକୁ କେନ୍ଦ୍ର କରି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ପାଟଣା ତହସିଲଦାର ଅଶ୍ୱନୀ କୁମାର ନାଏକ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, ରବିଶଙ୍କର ହେମ୍ବ୍ରମ ଏବଂ ପୁଲିସ ଏସ୍ଆଇ ସୁଜାତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।