ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣା କଲେଜ ଛାତ୍ର ସଂସଦ ନିର୍ବାଚନ: କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ନାମାଙ୍କନ ଦାଖଲ, ସଭାପତି ପଦ ପାଇଁ ୪ ପ୍ରାର୍ଥୀ

News Summary

ପାଟଣା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ନାମାଙ୍କନ ଦାଖଲ। ସଭାପତି ପଦ ପାଇଁ ୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୯/୧୦: କେନ୍ଦୁଝର ଜିଲ୍ଲା ପାଟଣାସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶୁକ୍ରବାର ନିର୍ଦ୍ଧାରିତ ତାରିଖ ଅନୁଯାୟୀ ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ ପରିସରରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ପୁଲିସ ସୁରକ୍ଷା ମଧ୍ୟରେ ନାମାଙ୍କନ ଦାଖଲ
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଗହଳି ଲାଗିଥିଲା। ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା।ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁଙ୍କ ନେତୃତ୍ୱରେ ପୁଲିସ ମୁତୟନ ହୋଇଥିଲେ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରାର୍ଥୀମାନେ କଲେଜ କାଉଣ୍ଟରରେ ପହଞ୍ଚି ନିଜ ନାମାଙ୍କନ ପତ୍ର ଯାଞ୍ଚ କରାଇବା ସହ ଦାଖଲ କରିଥିଲେ।
ସଭାପତି ପଦ ପାଇଁ ୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ
ନାମାଙ୍କନ ପତ୍ର ଯାଞ୍ଚ ପରେ ସଭାପତି ପଦ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ସେମାନେ ହେଲେ ସଲୋନୀ ତ୍ରିପାଠୀ, ଶୁଭମ କୁମାର ମହାନ୍ତ, ପୁଣ୍ୟବନ୍ତ ପ୍ରଧାନ ଓ ପୂର୍ଣ୍ଣିମା ବେହେରା।ସେହିପରି ଉପସଭାପତି ପଦ ପାଇଁ ତ୍ରିଦେବ ମହାନ୍ତ ଓ ବିଶ୍ୱପ୍ରକାଶ ନାୟକ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ଆକାଶ ପାତ୍ର ଓ ଅଙ୍କିତା ବାରିକ ପ୍ରାର୍ଥୀ ହୋଇଛନ୍ତି।ଅନ୍ୟ ପଦବୀଗୁଡ଼ିକ ମଧ୍ୟରେ ସହ ସମ୍ପାଦକ ପାଇଁ ୨ ଜଣ, ଡିଏସଏ ସମ୍ପାଦକ ପାଇଁ ୨ ଜଣ, ଆସିଷ୍ଟାଣ୍ଟ ଡିଏସଏ ପାଇଁ ୨ ଜଣ, କ୍ରୀଡ଼ା ସମ୍ପାଦକ ପାଇଁ ୨ ଜଣ, ସହ କ୍ରୀଡ଼ା ସମ୍ପାଦକ ପାଇଁ ୧ ଜଣ, ଡ୍ରାମାଟିକ ସମ୍ପାଦକ ପାଇଁ ୩ ଜଣ ଏବଂ ସହ ଡ୍ରାମାଟିକ ସମ୍ପାଦକ ପଦ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର
ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାକୁ ନେଇ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ନିର୍ବାଚନୀ ପ୍ରସ୍ତୁତି ଓ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।କଲେଜ ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ସଜାଗ ରହିଛନ୍ତି। ଆଗାମୀ ଦିନରେ ନିର୍ବାଚନୀ ମାହୋଲ ଆହୁରି ସରଗରମ ହେବା ଆଶା କରାଯାଉଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।