ବୈତରଣୀ ନଦୀରୁ ମିଳିଥିବା ଶବର ପରିଚୟ ମିଳିଲା
News Summary
କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଜୁମେଇ ନିକଟ ବୈତରଣୀ ନଦୀରୁ ମିଳିଥିବା ଶବର ପରିଚୟ ମିଳିଛି। ମୃତକ ଦୁଆଘାଟ ଗ୍ରାମର ୧୫ ବର୍ଷୀୟ ଅମିତ ନାଏକ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ଜୁମେଇ ନିକଟ ବୈତରଣୀ ନଦୀକୂଳରୁ ଉଦ୍ଧାର ହୋଇଥିବା ଶବର ପରିଚୟ ମିଳିଛି। ମୃତକ ହେଉଛନ୍ତି ଦୁଆଘାଟ ଗ୍ରାମର ଧବଳେଶ୍ୱର ନାଏକଙ୍କ ୧୫ ବର୍ଷୀୟ ପୁଅ ଅମିତ ନାଏକ।ସୂଚନା ଅନୁଯାୟୀ, ଅମିତ ୬ ଦିନ ତଳେ ଘରୁ କେଉଁଆଡ଼େ ଚାଲିଯାଇଥିବା ପରେ ଆଉ ଫେରି ନଥିଲେ। ଏନେଇ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ନିଖୋଜ ଅଭିଯୋଗ କରାଯାଇଥିଲା। ଅମିତଙ୍କ ବାପା ଓ ମାଆ କେନ୍ଦୁଝରରେ ରହି କାମ କରୁଥିବାବେଳେ ସେ ଗାଁରେ ଜେଜେବାପା ଶମ୍ଭୁନାଥ ନାଏକ ଓ ଜେଜେମାଙ୍କ ସହ ରହି ପାଠ ପଢ଼ୁଥିଲେ।ନିଖୋଜ ହେବାର କିଛି ଦିନ ପରେ ଗାଁଠାରୁ ପ୍ରାୟ ଏକ କିଲୋମିଟର ଦୂର ଜୁମେଇ ନିକଟ ବୈତରଣୀ ନଦୀକୂଳରୁ ତାଙ୍କ ମୃତଦେହ ମିଳିଥିଲା। ମୃତଦେହକୁ ପରିବାର ଲୋକେ ଦେଖିଥିଲେ ମଧ୍ୟ ଚିହ୍ନଟ କରିପାରି ନଥିଲେ। ଏହାପରେ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତିରଞ୍ଜନ ସାହୁ ମୃତଦେହକୁ କେନ୍ଦୁଝର ଶବଗୃହକୁ ପଠାଇଥିଲେ।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ମୃତଦେହକୁ ନେଇ ଗୁରୁବାର ଅପରାହ୍ନରେ ଦୁଆଘାଟ ଗ୍ରାମରେ ପହଞ୍ଚିଥିଲେ। ଅମିତଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୈତରଣୀ ନଦୀକୂଳରେ ଥିବା ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।