କେନ୍ଦୁଝର/ପାଟଣା, ୨୪/୧୦: ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତର ସଅଁରାପଶି ଗ୍ରାମରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମ ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସହ ପରିବେଶ ସୁରକ୍ଷାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି।ଏହି ଅବସରରେ ବିଏସ୍ସି ନର୍ସିଂ ଛାତ୍ରୀ ନମିତା ନାୟକ ଓ ତାଙ୍କ ମା’ ଭାରତୀ ନାୟକ ଚାରା ରୋପଣ କରିଥିଲେ। ଗ୍ରାମର ବିଭିନ୍ନ ସ୍ଥାନରେ ନିଜ ନିଜ ମା’ଙ୍କ ସ୍ମୃତି ଓ ସମ୍ମାନାର୍ଥେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ରୋପିତ ଚାରାର ଉପଯୁକ୍ତ ଯତ୍ନ ଓ ସୁରକ୍ଷା ନେବା ପାଇଁ ଉପସ୍ଥିତ ବ୍ୟକ୍ତିମାନେ ଶପଥ ଗ୍ରହଣ କରିଥିଲେ।ବରିଷ୍ଠ ସମାଜସେବୀ ବିଦ୍ୟାଧର ମହାନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପରିଡ଼ା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁ ଓ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବ୍ଲକ ସଭାପତି ପ୍ରମୋଦ କୁମାର ମହାନ୍ତ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ଭାରତୀ ନାୟକ, ନମିତା ନାୟକ, କେତକୀ ମହାନ୍ତ, ସୀମାରାଣୀ ମହାନ୍ତ, ଶୋଭାରାଣୀ ମହାନ୍ତ ଓ ଶ୍ରୀରାମ ମୁଣ୍ଡା ପ୍ରମୁଖ ଯୋଗଦେଇ ଚାରା ରୋପଣରେ ସହଯୋଗ କରିଥିଲେ।ମା’ଙ୍କ ପ୍ରତି ସମ୍ମାନ ଓ ପ୍ରକୃତି ପ୍ରତି ଦାୟିତ୍ୱବୋଧକୁ ଏକାଠି କରିଥିବା ଏହି କାର୍ଯ୍ୟକ୍ରମ ଗଛ ଲଗାଇବା ସହ ତାହାର ଯତ୍ନ ନେବା ଦିଗରେ ଗ୍ରାମବାସୀଙ୍କୁ ଉତ୍ସାହିତ କରିଛି।
ସଅଁରାପଶି ଗ୍ରାମରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ, ମା’ଙ୍କ ସମ୍ମାନରେ ରୋପଣ ହେଲା ଚାରା
News Summary
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଅଁରାପଶି ଗ୍ରାମରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଚାରା ରୋପଣ ସହ ପରିବେଶ ସୁରକ୍ଷାର ଶପଥ ଗ୍ରହଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:କେନ୍ଦୁଝର
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।