ଆଜିର ରାଶିଫଳ ୮ ଅକ୍ଟୋବର ୨୦୨୬: ଜାଣନ୍ତୁ ମେଷରୁ ମୀନ ପର୍ଯ୍ୟନ୍ତ ୧୨ ରାଶିର ଭବିଷ୍ୟଫଳ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
୮/୧୦: ଆଜି ୮ ଅକ୍ଟୋବର ୨୦୨୬, ଗୁରୁବାର। ଭଦ୍ରକାଳୀ ପଞ୍ଜିକା ଅନୁଯାୟୀ ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ। ଆଜିର ତିଥି, ନକ୍ଷତ୍ର, ଯୋଗ, କରଣ, ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ, ଶୁଭାଶୁଭ ସମୟ ସହ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ରାଶିଫଳ ଜାଣନ୍ତୁ।
ଆଜିର ପଞ୍ଜିକା
ତାରିଖ: ୮ ଅକ୍ଟୋବର ୨୦୨୬, ଗୁରୁବାର
ଶକାବ୍ଦ: ୧୯୪୮
ସମ୍ବତ: ୨୦୮୩
ଦିଲ୍ଲୀଶ୍ୱରାବ୍ଦ: ୧୪୩୪
ସମ୍ବତ୍ସର: ରୌଦ୍ର
ମାସ: ଆଶ୍ୱିନ
ପକ୍ଷ: କୃଷ୍ଣପକ୍ଷ
ତିଥି: ତ୍ରୟୋଦଶୀ, ରାତ୍ରି ୧୦:୧୫ ପରେ ଚତୁର୍ଦ୍ଦଶୀ
ନକ୍ଷତ୍ର: ପୂର୍ବା ଫାଲ୍ଗୁନୀ, ରାତ୍ରି ୯:୨୦ ପରେ ଉତ୍ତରା ଫାଲ୍ଗୁନୀ
ଚନ୍ଦ୍ର: ସିଂହ, ରାତ୍ରି ୩:୧୮ ପରେ କନ୍ୟା
ଯୋଗ: ଶୁକ୍ଳ
କରଣ: ଗର
ସୌରମାସ: କନ୍ୟା, ୨୨ ଦିନ
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ
ସୂର୍ଯ୍ୟୋଦୟ: ପ୍ରାତଃ ୫:୩୭:୨୩
ସୂର୍ଯ୍ୟାସ୍ତ: ସନ୍ଧ୍ୟା ୫:୨୬:୨୨
ଆଜିର ବିଶେଷ ତଥ୍ୟ
ଯୋଗିନୀ: ଦକ୍ଷିଣେ, ରାତ୍ରି ୧୦:୧୫ ପରେ ପଶ୍ଚିମେ
ଘାତଚନ୍ଦ୍ର: କର୍କଟ ଓ ମକର ରାଶି
ଘାତବାର: ତୁଳା ଓ କୁମ୍ଭ ରାଶି
ଶ୍ରାଦ୍ଧ: ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ପୁଷ୍କର ଦୋଷ: ରାତ୍ରି ୯:୨୦ ପରେ ଏକ ପାଦ
କାଳବେଳା ଓ ବାରବେଳା: ଦିବା ୨:୩୧ରୁ ୫:୨୮ ମଧ୍ୟରେ
ବିଶୁଦ୍ଧ ଅମୃତ ବେଳା: ଦିବା ୭:୨୦ ମଧ୍ୟେ, ୧:୪୨ରୁ ୨:୩୦ ମଧ୍ୟେ ଏବଂ ୬:୧୫ରୁ ୯:୨୮ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳା: ନାସ୍ତି
ଆଜି ନିଷେଧ: ବାଇଗଣ ଭକ୍ଷଣ ନିଷେଧ
ଆଜିର ରାଶିଫଳ
ମେଷ ରାଶି
ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ଆଜି ଆପଣ ଆଶା କରୁଥିବା କାମରେ ସଫଳତା ପାଇପାରନ୍ତି। ଖର୍ଚ୍ଚ ଅଧିକ ହେଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହେବ। ଯାନବାହନ ଚଳାଚଳ ସମୟରେ ସତର୍କ ରୁହନ୍ତୁ।
ବୃଷ ରାଶି
ଚନ୍ଦ୍ରଙ୍କ ପ୍ରଭାବରେ ମନ ପ୍ରଫୁଲ୍ଲ ରହିବ। ଘର ଓ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ନୂଆ ବନ୍ଧୁତ୍ୱ ସୃଷ୍ଟି ହୋଇପାରେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା ଓ ଏଜେନ୍ସି ସମ୍ପର୍କୀୟ ସମସ୍ୟା ଦୂର ହେବ।
ମିଥୁନ ରାଶି
ଆଜି ଖର୍ଚ୍ଚ ବଢ଼ିପାରେ। ଖୋଜୁଥିବା ଜିନିଷ ନମିଳିବାରୁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟ, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ସୁଯୋଗ ମିଳିବ। ଯୁକ୍ତିତର୍କରୁ ଦୂରେ ରୁହନ୍ତୁ।
କର୍କଟ ରାଶି
ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମନକୁ ଚିନ୍ତିତ କରିପାରେ। କିଛି ସୁଯୋଗ ହାତଛଡ଼ା ହେବାରୁ ଭାବପ୍ରବଣ ହୋଇପାରନ୍ତି। ଦୀର୍ଘଦିନର ବକେୟା ଅର୍ଥ ଆଦାୟ କରିବାରେ ସଫଳ ହେବେ।
ସିଂହ ରାଶି
ଯାତ୍ରା ସମୟରେ ନିଜ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ପାରିବାରିକ ଜୀବନରେ ବୁଝାମଣା ବଢ଼ିବ। ଚାକିରି କ୍ଷେତ୍ରରେ ଅପେକ୍ଷିତ ଖବର ମିଳିପାରେ। ଅଫିସରେ ନୂଆ ଚୁକ୍ତିପତ୍ର ସ୍ୱାକ୍ଷର ହେବାର ସମ୍ଭାବନା ରହିଛି।
କନ୍ୟା ରାଶି
କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ଅତିରିକ୍ତ ବିଶ୍ୱାସ କରିବାରୁ ସତର୍କ ରୁହନ୍ତୁ। ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। କିଣାକିଣି ପାଇଁ ଦିନଟି ଭଲ। ଯାତ୍ରା ଓ ପରିବହନ କ୍ଷେତ୍ରରେ ସୁବିଧା ମିଳିବ।
ତୁଳା ରାଶି
ଘରେ ସାଧାରଣ କଥାକୁ ନେଇ ମତଭେଦ ହୋଇପାରେ। ଯାନବାହନ ଚଳାଇବା ସମୟରେ ସତର୍କ ରୁହନ୍ତୁ। ସମ୍ମାନନୀୟ ବ୍ୟକ୍ତିଙ୍କ ସହଯୋଗରେ କାମ ସହଜ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ।
ବିଛା ରାଶି
ଅଯଥା ଚିନ୍ତା ନକରି ନିଜ କାମରେ ଧ୍ୟାନ ଦିଅନ୍ତୁ। ଅନ୍ୟମାନଙ୍କ ସମସ୍ୟା ନେଇ ଅଧିକ ଚିନ୍ତା କରି ନିଜକୁ ଅବହେଳା କରନ୍ତୁ ନାହିଁ। ବନ୍ଧୁଙ୍କଠାରୁ ପ୍ରାପ୍ୟ ଅର୍ଥ ପାଇପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ।
ଧନୁ ରାଶି
ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ କାମରେ ଉତ୍ସାହ କମିପାରେ। ତଥାପି ସମସ୍ୟାର ସରଳ ସମାଧାନ ମିଳିବ। ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇବେ। ଜମି, ଘର, ପ୍ଲଟ ଓ ଏଜେନ୍ସି ସମ୍ପର୍କୀୟ କାରବାର ନେଇ ଚିନ୍ତା କରିପାରନ୍ତି।
ମକର ରାଶି
ମାନସିକ ଅସ୍ଥିରତା ଲାଗିରହିପାରେ। ବୈବାହିକ ସମ୍ପର୍କ ନେଇ ନୂଆ ପ୍ରସ୍ତାବ ସ୍ଥିର ହୋଇପାରେ। ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଅଧ୍ୟୟନ ଓ ଅଧ୍ୟାପନାରୁ ଲାଭ ପାଇବେ।
କୁମ୍ଭ ରାଶି
ସବୁକିଛି ଠିକ୍ ଥିଲେ ମଧ୍ୟ ମନରେ ସରସତା କମିପାରେ। ଆର୍ଥିକ ଅନଟନ ଓ କାର୍ଯ୍ୟ ସମ୍ପର୍କୀୟ ସମସ୍ୟା ଚିନ୍ତା ବଢ଼ାଇପାରେ। କାର୍ଯ୍ୟସିଦ୍ଧି ଶେଷରେ ମନରେ ଖୁସି ଆଣିବ।
ମୀନ ରାଶି
ଶୁଭ ଗ୍ରହଙ୍କ ଦୃଷ୍ଟି ଯୋଗୁ ଆଜି କାମଗୁଡ଼ିକ ସହଜରେ ସମ୍ପନ୍ନ ହେବ। ନୂଆ ଯୋଜନା କରିବେ। ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ। ବାଦବିବାଦରେ ଆପୋସ ସମାଧାନ ହୋଇପାରେ। ବନ୍ଧୁଙ୍କ ଉପରେ ଅଯଥା ସନ୍ଦେହ କରନ୍ତୁ ନାହିଁ।
ଜ୍ୟୋତିର୍ବିଦ: ଭାବଗ୍ରାହୀ ଖଡିରତ୍ନ
ଯୋଗାଯୋଗ: ୯୪୩୮୧୫୨୬୨୭
ଟିପ୍ପଣୀ: ଏହି ରାଶିଫଳ ପାରମ୍ପରିକ ଜ୍ୟୋତିଷ ଆଧାରିତ ଧାରଣା ଉପରେ ପ୍ରସ୍ତୁତ।
Tags:ରାଶିଫଳ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।