ବଲାଣିପଶି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଡିମ୍ୱୋ ଚମ୍ପିୟାନ, କୋଳିପଶି ରନର୍ସଅପ୍
News Summary
ବଲାଣିପଶି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କୋଳିପଶିକୁ ହରାଇ ଡିମ୍ୱୋ ଦଳ ଚମ୍ପିୟାନ ହୋଇଛି। ବିଜେତା ଦଳକୁ ୧୪ ହଜାର ଓ ଉପବିଜେତାଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ମିଳିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୮/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତର ବଲାଣିପଶି ଗ୍ରାମ ଖେଳ ପଡ଼ିଆରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରିଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ରେ କୋଳିପଶି ଦଳକୁ ପରାସ୍ତ କରି ଡିମ୍ୱୋ ଦଳ ଚମ୍ପିୟାନ ହୋଇଛି।
ଫାଇନାଲ୍ରେ ଡିମ୍ୱୋର ରୋମାଞ୍ଚକର ବିଜୟ
ଏହି କ୍ରିକେଟ୍ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଳିପଶି ଦଳ ୧୧ ଓଭରରେ ୧୨୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଡିମ୍ୱୋ ଦଳ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ୧୩୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଫଳରେ ଡିମ୍ୱୋ ଦଳ ଚମ୍ପିୟାନ ଏବଂ କୋଳିପଶି ଦଳ ଉପବିଜେତା ହୋଇଥିଲେ।ବିଜେତା ଡିମ୍ୱୋ ଦଳକୁ ୧୪ ହଜାର ଟଙ୍କା ଏବଂ ଉପବିଜେତା କୋଳିପଶି ଦଳକୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ଉଦ୍ଯାପନୀ ଉତ୍ସବରେ ଯୋଗଦେଲେ ଅତିଥି
ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ ଯୋଗଦେଇଥିଲେ।
ସମ୍ମାନିତ ଅତିଥି ଭାବେ କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସରପଞ୍ଚ ଲିନା ନାଏକ, ପ୍ରଧାନଶିକ୍ଷକ ଋଷିନାଥ ମହାନ୍ତ, ନାଏବ ସରପଞ୍ଚ ବାସନ୍ତୀ ମହାନ୍ତ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ
ମ୍ୟାଚ୍ରେ ଦାରୁବ୍ରହ୍ମ ମହାନ୍ତ ଓ କେଶବ ଚନ୍ଦ୍ର ମହାନ୍ତ ଅମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ। ସୁଶୀଲ କୁମାର ପାତ୍ର ଓ ଧରଣୀଧର ମହାନ୍ତ ଦୁଇ ଦଳର ଅଧିନାୟକ ଥିଲେ। ଅରୁଣ କୁମାର ମହାନ୍ତ ଓ ଟଙ୍କଧର ମହାନ୍ତ ଓଡ଼ିଆରେ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଜିତେନ୍ଦ୍ର ମହାନ୍ତ ସ୍କୋରବୋର୍ଡ ଦାୟିତ୍ୱ ତୁଲାଇଥିଲେ।ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ କମିଟିର ସଭାପତି ସୁଜେଲ କୁମାର ମହାନ୍ତ, ସମ୍ପାଦକ ରାଜ କୁମାର ମହାନ୍ତ, ଧୀରେନ ମହାନ୍ତଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।