ପୁରୀ: ୩୦/୧୦,ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ପୁରୀଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ମିଳିତ ସହଯୋଗରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଜିଲ୍ଲା ସଂସ୍କୃତି ଭବନଠାରେ ପହଞ୍ଚିଥିଲା। ଏହା ମାଧ୍ୟମରେ ସାଧାରଣ ଲୋକଙ୍କୁ ଦୁର୍ନୀତି ନିବାରଣ ଓ ସ୍ୱଚ୍ଛ ପ୍ରଶାସନ ସମ୍ପର୍କରେ ସଚେତନ କରାଯାଇଥିଲା।ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ ଏବଂ ଦୁର୍ନୀତି ନିବାରଣ କାର୍ଯ୍ୟାଳୟର ଉପଆରକ୍ଷୀ ଅଧୀକ୍ଷକ ସୋମନାଥ ବାରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ବରିଷ୍ଠ ଅଧିକାରୀମାନେ କହିଥିଲେ ଯେ, ଦୁର୍ନୀତି ଏକ ସାମାଜିକ ବ୍ୟାଧି। ଏହାର ମୂଳୋତ୍ପାଟନ ପାଇଁ ଜନସଚେତନତା ହିଁ ଏକମାତ୍ର ପ୍ରଭାବଶାଳୀ ମାଧ୍ୟମ। ଅଧିକାରୀ ଓ କର୍ମଚାରୀମାନେ ଲୋଭ, ଅନ୍ୟାୟ ଉପାୟରେ ଅର୍ଥ ଉପାର୍ଜନ ଏବଂ ହଠାତ୍ ବଡ଼ଲୋକ ହେବାର ମାନସିକତାକୁ ପରିତ୍ୟାଗ କରି ସାଧୁତା ଓ ସଚ୍ଚୋଟତାର ସହ କାର୍ଯ୍ୟ କଲେ ସମାଜ ଶୃଙ୍ଖଳିତ ହେବା ସହ ଦୁର୍ନୀତିମୁକ୍ତ ହୋଇପାରିବ।ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରାଙ୍କ ସମେତ ସମାଜ କଲ୍ୟାଣ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ।
ପୁରୀରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା, ସଚ୍ଚୋଟତା ଓ ସାଧୁତାର ବାର୍ତ୍ତା ଦେଲେ ଅଧିକାରୀ
News Summary
: ପୁରୀରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଶୋଭାଯାତ୍ରା। ସଚ୍ଚୋଟତା, ସାଧୁତା ଓ ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ଦେଲେ ଅଧିକାରୀ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।