କେନ୍ଦୁଝର/ପାଟଣା, ୩୦/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ଗ୍ରାମ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦୁଇ ପ୍ରତିଭାବାନ ଛାତ୍ର। ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ତାରା ରଂଜନ ମହାନ୍ତ ଓ ମନୋଜ କୁମାର ମହାନ୍ତ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ଉଭୟ ଛାତ୍ର ଜୋନ୍ସ୍ତରୀୟ ପ୍ରତିଯୋଗିତାରୁ ନିଜର ଯାତ୍ରା ଆରମ୍ଭ କରି ବ୍ଲକ ଓ ଜିଲ୍ଲାସ୍ତରରେ ସଫଳତା ହାସଲ କରିବା ପରେ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରେ ମାଲକାନଗିରି ଜିଲ୍ଲାର ଜଗନ୍ନାଥପାଲି ଉଚ୍ଚ ବିଦ୍ୟାଳୟ (ସେକ୍ଟର-୭) ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାରେ ଉଭୟ ଅଂଶଗ୍ରହଣ କରିବେ।ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ତୃପ୍ତିମୟୀ ବାରିକଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଦୁଇ ଛାତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାଲକାନଗିରି ଗସ୍ତ କରିଛନ୍ତି।ଛାତ୍ରଦ୍ୱୟଙ୍କ ଏହି ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ବାରିକ ଓ ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉଭୟ ଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ରାଜ୍ୟସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଚେମେଣା ଓ ପାଟଣା ଅଞ୍ଚଳର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାକୁ ମନୋନୀତ ହେଲେ ଚେମେଣା ଉଚ୍ଚ ବିଦ୍ୟାଳୟର ଦୁଇ ପ୍ରତିଭାବାନ ଛାତ୍ର
News Summary
ଚେମେଣା ଉଚ୍ଚ ବିଦ୍ୟାଳୟର ଦୁଇ ଛାତ୍ର ତାରା ରଂଜନ ମହାନ୍ତ ଓ ମନୋଜ କୁମାର ମହାନ୍ତ ରାଜ୍ୟସ୍ତରୀୟ ଯୋଗ ପ୍ରତିଯୋଗିତାକୁ ମନୋନୀତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:ଖେଳ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।