ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ମହିଳା କନଷ୍ଟେବଳଙ୍କ ସ୍ୱାମୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ନାବାଳକଙ୍କ ସମେତ ୯ ଗିରଫ

News Summary

କେନ୍ଦୁଝର ତୁରୁମୁଙ୍ଗାରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହନ୍ତ ହତ୍ୟା ଘଟଣାର ପର୍ଦ୍ଦାଫାସ। ୩ ନାବାଳକଙ୍କ ସମେତ ଏରାଗୋଳା ଗ୍ୟାଙ୍ଗର ୯ ସଦସ୍ୟ ଗିରଫ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର: ୩୦/୧୦: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହନ୍ତଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୁଲିସ। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟାଯାଇଥିବା କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ସୂଚନା ଦେଇଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତ ଯାଜପୁର ଜିଲ୍ଲା  ଏରାଗୋଳା ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡ଼ିଛି।ପୁଲିସ ସୂଚନା ଅନୁଯାୟୀ, ଏରାଗୋଳା ଗ୍ୟାଙ୍ଗର ସଦସ୍ୟମାନେ ସାଧାରଣତଃ ସୁନା ଚେନ୍ ଛିନତାଇ ଏବଂ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଭଳି ଅପରାଧରେ ସମ୍ପୃକ୍ତ ରହିଥାନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଏହି ସମୟରେ ମୃତକଙ୍କ ମା’ ଓ ପରିବାର ସଦସ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।ସୂଚନାଯୋଗ୍ୟ, ମୃତ ତ୍ରିଲୋଚନ ମହନ୍ତଙ୍କ ପତ୍ନୀ ପାଟଣା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି। ତ୍ରିଲୋଚନ କେନ୍ଦେଇପଶିଠାରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଟଙ୍କା ଧରି ସ୍କୁଟିରେ ପାଟଣାସ୍ଥିତ ନିଜ ଘରକୁ ଫେରୁଥିଲେ।ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ମଧ୍ୟ ସେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ। ପ୍ରଥମେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ ପୁଲିସ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ହୋଇଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିଲା। ଶେଷରେ ପୁଲିସ ୯ ଜଣଙ୍କୁ ଗିରଫ କରି ଘଟଣାର ପର୍ଦ୍ଦାଫାସ କରିଛି।ଏହି ମାମଲାର ତଦନ୍ତ ସମ୍ପର୍କିତ ଅନ୍ୟାନ୍ୟ ବିସ୍ତୃତ ସୂଚନା ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ଏସ୍‌ପି କହିଛନ୍ତି।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।