ଢେଙ୍କିକୋଟରେ ବିନ୍ଦାସ କ୍ଲବର ଗଣେଶ ଭସାଣି: ୩୦ ହଜାର ଦର୍ଶକଙ୍କ ସମାଗମରେ ଲୋକାରଣ୍ୟ ହେଲା ବଜାର
News Summary
ଢେଙ୍କିକୋଟରେ ବିନ୍ଦାସ କ୍ଲବର ଗଣେଶ ଭସାଣି ଉତ୍ସବରେ ପ୍ରାୟ ୩୦ ହଜାର ଦର୍ଶକଙ୍କ ସମାଗମ। ସଙ୍ଗୀତ, ନୃତ୍ୟ ଓ ଆତସବାଜିରେ ମୁଖରିତ ହେଲା କେନ୍ଦୁଝର ଜିଲ୍ଲାର ବଜାର ଅଞ୍ଚଳ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୨/୧୦: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ବିନ୍ଦାସ କ୍ଲବ ପକ୍ଷରୁ ଆୟୋଜିତ ଗଣେଶ ଭସାଣି ଉତ୍ସବ ଧୁମଧାମରେ ଅନୁଷ୍ଠିତ ହୋଇଛି। ଉତ୍ସବ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଦର୍ଶକ ଏହାକୁ ଉପଭୋଗ କରିଥିବା ବେଳେ ଢେଙ୍କିକୋଟ ବଜାର ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା।ସଙ୍ଗୀତ, ନୃତ୍ୟ ଓ ଆତସବାଜିର ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏସ୍ଏମ୍ ଅଡିଓ ଅନୁଗୁଳ, ଗ୍ରାଣ୍ଡ ମିକ୍ସ ପାଟଣା, ମା' ସନ୍ତୋଷୀ ମେଲୋଡି ଜୁନାଗଡ଼, ଅଘୋରୀ ଡାନ୍ସ ଗ୍ରୁପ୍ କେନ୍ଦ୍ରାପଡ଼ା, ଓଡ଼ିଶୀ ପୁରୀ, ଜିମି କାର୍ଟୁନ ଢେଙ୍କାନାଳ, ସ୍ନୋ-ଶୋ ଭଦ୍ରକ, ସିଙ୍ଗି ବାଜା ଠାକୁରମୁଣ୍ଡା ଏବଂ ନିଲାଞ୍ଜନା ଡାନ୍ସ ଗ୍ରୁପ୍ ପଶ୍ଚିମବଙ୍ଗର କଳାକାରମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ।ବିନ୍ଦାସ କ୍ଲବ ପକ୍ଷରୁ ରଣଜିତ ଜେନା, ଦେବୀ ପ୍ରସାଦ ବାରିକ, ସତ୍ୟଜିତ୍ ମହାକୁଡ଼, ଅଜିତ୍ ରାଉଳ, ଦୀପକ ମିଶ୍ର, ମାନସ ଓଝା, ତାପସ ଓଝା, ସନ୍ତୋଷ ନାୟକ, ସୁବ୍ରତ ନାୟକ, ତ୍ରିଲୋଚନ ରାଉତ, ଅମିତାଂଶୁ ଦାଶ, ସିପୁନ ପାତ୍ର ଓ ଆଶିଷ ମଣ୍ଡଳଙ୍କ ସମେତ ଅନ୍ୟ ସଦସ୍ୟମାନେ ଭସାଣି ଉତ୍ସବର ପରିଚାଳନା କରିଥିଲେ। ଭସାଣି ପୂର୍ବରୁ ଏକ ସମ୍ବର୍ଦ୍ଧନା ପର୍ବ ମଧ୍ୟ ଆୟୋଜିତ ହୋଇଥିଲା।ଅନ୍ୟପକ୍ଷରେ, ଭସାଣି ଉତ୍ସବରେ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହେବାରୁ ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଗାଁ ପୁଲିସକୁ ବେଶ୍ ତତ୍ପର ରହିବାକୁ ପଡ଼ିଥିଲା। ଘଟଗାଁ ଅତିରିକ୍ତ ତହସିଲଦାର ଠାକୁର ଦାସ ନାଏକ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିଥିଲେ। ଘଟଗାଁ ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ, ଘଟଗାଁ ଥାନା ଆଇଆଇସି ଶୁଭ୍ରାନ୍ତ କୁମାର ଜେନା, ଢେଙ୍କିକୋଟ ପୁଲିସ ବିଟ୍ ହାଉସ୍ ଅଧିକାରୀ ତ୍ରିନାଥ ନାଏକଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଓ ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ଥିଲେ।ଢେଙ୍କିକୋଟରେ ବିନ୍ଦାସ କ୍ଲବର ଏହି ଗଣେଶ ଭସାଣି ଉତ୍ସବ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆକର୍ଷଣ ସୃଷ୍ଟି କରିଥିଲା।
Tags:କେନ୍ଦୁଝର
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।