ଚାକିରି ଦେବା ନାଁରେ ୩.୭୦ ଲକ୍ଷ ଠକେଇ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ
News Summary
ଚାକିରି ଦେବା ନାଁରେ ୩.୭୦ ଲକ୍ଷ ଠକେଇ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୨/୧୦: ଚାକିରି କରାଇଦେବା ନାଁରେ ଜଣେ ବି.ଇଡି. ଡିଗ୍ରୀଧାରୀ ଯୁବତୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ସାହାରପଡ଼ା ବ୍ଲକ ଦିଗିପଶି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନାୟକ (୪୫)।ସୂଚନା ଅନୁଯାୟୀ, ଯୁବତୀଙ୍କୁ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣକ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ପିତା ଏନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ କେସ୍ ନଂ ୯୮୪/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ପରେ ପୁଲିସ କରଞ୍ଜିଆ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି।ଉଲ୍ଲେଖଯୋଗ୍ୟ, ଗତ ମାସ ୨୩ ତାରିଖରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ସାହାରପଡ଼ା ବ୍ଲକ କୁଣ୍ଡଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାରାଚାନ୍ଦ ମହାନ୍ତଙ୍କୁ ରରୁଆଁ ପୁଲିସ ଗିରଫ କରିଥିଲା। ଏହି ଘଟଣା ପରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ଏଭଳି ଅଭିଯୋଗରେ ଆଉ ଜଣେ ପ୍ରଧାନଶିକ୍ଷକଙ୍କ ଗିରଫଦାରୀ ଚର୍ଚ୍ଚାର ବିଷୟ ହୋଇଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।