ପାଟଣାରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ, ବିଭିନ୍ନ ସ୍ଥାନରେ ରାସ୍ତାରୋକ
News Summary
ପାଟଣାରେ ଓଡ଼ିଶା ବନ୍ଦକୁ ସମର୍ଥନ କରି କଂଗ୍ରେସର ପିକେଟିଂ ଓ ରାସ୍ତାରୋକ, ଯାନବାହନ ଚଳାଚଳ ପ୍ରଭାବିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୮/୧୦: ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ ଓ ରାସ୍ତାରୋକ କରାଯାଇଥିଲା। ଏହାର ପ୍ରଭାବରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ କିଛି ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ପାଟଣା ବ୍ଲକ ଛକରେ କଂଗ୍ରେସ ନେତା ଦିଲ୍ଲୀପ କୁମାର ଦାଶଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା। ଏଥିରେ ବରିଷ୍ଠ ନେତା ଲକ୍ଷ୍ମଣ କୁମାର ଦାଶ, ଜ୍ଞାନେନ୍ଦ୍ର ମିଶ୍ର, ମଣିରତ୍ନ ବାରିକ, ଦାଶରଥି ବାରିକ, ବ୍ରହ୍ମାନନ୍ଦ ପଲେଇ ଓ ନାଥ ନାଏକ ପ୍ରମୁଖ ସାମିଲ ହୋଇଥିଲେ।ସେହିପରି ପାଟଣା ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ମହାନ୍ତଙ୍କ ନେତୃତ୍ୱରେ ତୁରୁମୁଙ୍ଗା, ନିହ୍ନୁଆଁ ଓ ଝାରବେଡ଼ା ଛକରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା।ଏହି ଆନ୍ଦୋଳନରେ ସୁବଳ ସାହୁ, ଗୌତମ ସାହୁ, ଗୋବର୍ଦ୍ଧନ ସିଂ, ଗୋବିନ୍ଦ ନାଏକ, ମୁରଲୀ ନାଏକ, ସୁବୋଧ ସେଠୀ, ବ୍ରଜବନ୍ଧୁ ନାଏକ ଓ ମାନସ ନାଏକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।