ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଓଏସ୍‌ଏମ୍‌ଇ କଲେଜରେ ଛାତ୍ରଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗ, ପ୍ରଥମ ବର୍ଷ ଛାତ୍ର ଗୁରୁତର

News Summary

କେନ୍ଦୁଝର ଓଏସ୍‌ଏମ୍‌ଇ କଲେଜରେ ଛାତ୍ରଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଅଭିଯୋଗ। ପ୍ରଥମ ବର୍ଷ ଛାତ୍ର ଗୁରୁତର, ଟାଉନ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର, ୨୮/୧୦: କେନ୍ଦୁଝରସ୍ଥିତ ଓଡ଼ିଶା ସ୍କୁଲ୍ ଅଫ୍ ମାଇନିଂ ଇଞ୍ଜିନିୟରିଂ (ଓଏସ୍‌ଏମ୍‌ଇ) କଲେଜରେ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଟୋମୋବାଇଲ ବିଭାଗର ଦ୍ୱିତୀୟ ବର୍ଷର ଜଣେ ଛାତ୍ର ପ୍ରଥମ ବର୍ଷ ଡ୍ରିଲିଂ ବିଭାଗର ଛାତ୍ର ସୌମ୍ୟରଞ୍ଜନ ମହାନ୍ତ (୧୯)ଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସୌମ୍ୟରଞ୍ଜନ ଗୁରୁତର ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ଆହତ ଛାତ୍ରଙ୍କ ଘର ପାଟଣା ବ୍ଲକର ବାଲିବନ୍ଧ ଗ୍ରାମରେ। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିବା ସହ ଡାହାଣ ହାତ ଭାଙ୍ଗିଯାଇଥିବା ଜଣାପଡ଼ିଛି।

ହଷ୍ଟେଲ ସମ୍ମୁଖରେ ଆକ୍ରମଣ ଅଭିଯୋଗ

ଆହତ ଛାତ୍ରଙ୍କ ପିତା ରଞ୍ଜିତ ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ଖଣ୍ଡାଧାର ହଷ୍ଟେଲ ସମ୍ମୁଖରେ ଏହି ଘଟଣା ଘଟିଥିଲା। ପୂର୍ବ ଯୋଜନା ଅନୁଯାୟୀ ତାଙ୍କ ପୁଅଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ରଞ୍ଜିତ ମହାନ୍ତ କେନ୍ଦୁଝର ଟାଉନ ଥାନା ଓ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୋଲିସ ତଦନ୍ତ, କଲେଜର ପ୍ରତିକ୍ରିୟାକୁ ଅପେକ୍ଷା

ଘଟଣା ସମ୍ପର୍କରେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଏହି ଘଟଣା ନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଏଯାଏଁ ମିଳିପାରିନାହିଁ।ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଙ୍କ ସୁରକ୍ଷା ଓ ଶୃଙ୍ଖଳାକୁ ନେଇ ଏହି ଘଟଣା ପ୍ରଶ୍ନ ଉଠାଇଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।