ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା
News Summary
ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା। ଋତୁସ୍ରାବ ଓ ନାବାଳିକା ବିବାହ ସମ୍ପର୍କରେ ସଚେତନ ହେଲେ ୧୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୨/୧୦: ରାଜ୍ୟ ସରକାରଙ୍କ ଶକ୍ତିଶ୍ରୀ ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲା ପାଟଣାସ୍ଥିତ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପାର୍ଥସାରଥୀ ଦାଶ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ବିଶେଷକରି ଋତୁସ୍ରାବ ସମୟରେ ଦେଖାଦେଉଥିବା ସମସ୍ୟା, ଏହାର ସମାଧାନ ଓ ସ୍ୱଚ୍ଛତା ରକ୍ଷା, ବିବାହ ପାଇଁ ଉପଯୁକ୍ତ ବୟସ ଏବଂ ନାବାଳିକା ବିବାହର କୁପରିଣାମ ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଓ ସମସ୍ୟା ଦେଖାଦେଲେ ଉପଯୁକ୍ତ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଚିସ୍ମିତା ଦାଶ, ଅଧ୍ୟାପିକା ସୁଷ୍ଣାତା ଶୋଭାଲିନୀ ମହାପାତ୍ର ଓ ଅଧ୍ୟାପିକା ନୈଲାନୀ କାର୍ଜି ଉପସ୍ଥିତ ରହି ଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।