ମୁରୁସୁଆଁରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ: ମହିଳାଙ୍କ ସାହସ ଦେଖି ଛୁ ମାରିଲେ ୩ ମୁଖାପିନ୍ଧା ଦୁର୍ବୃତ୍ତ
News Summary
କେନ୍ଦୁଝର ପାଟଣା ବ୍ଲକ ମୁରୁସୁଆଁରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ। ସୁନା ଗହଣା ପାଇଁ ଧମକ ଦେବାରୁ ସାହସିକ ପ୍ରତିବାଦ କଲେ ସୁପ୍ରିୟା ସାହୁ। ତଦନ୍ତ କରୁଛି ତୁରୁମୁଙ୍ଗା ପୋଲିସ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୩/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ। ଘରେ ପଶି ସୁନା ଗହଣା ଦେବାକୁ ଧମକ ଦେଇଥିବା ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମହିଳାଙ୍କ ସାହସିକ ପ୍ରତିବାଦ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।ସୂଚନା ଅନୁଯାୟୀ, ମୁରୁସୁଆଁ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘରର ବାଡ଼ିପଟ ପାଚେରି ଡେଇଁ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘର ଭିତରକୁ ପଶିଥିଲେ। ଏହି ସମୟରେ ଘରେ ଥିବା ପ୍ରଶାନ୍ତଙ୍କ ପତ୍ନୀ ସୁପ୍ରିୟା ସାହୁଙ୍କୁ ବନ୍ଧୁକ ଦେଖାଇ ସୁନା ଗହଣା ଦେବାକୁ ଧମକ ଦେଇଥିଲେ।ତେବେ ଦୁର୍ବୃତ୍ତଙ୍କ ଧମକରେ ଭୟଭୀତ ନହୋଇ ସୁପ୍ରିୟା ସାହସର ସହ ପ୍ରତିବାଦ କରିଥିଲେ। ଏପରିକି ଦୁର୍ବୃତ୍ତଙ୍କ ଉପରକୁ ପନିକି ଫିଙ୍ଗିଥିଲେ। ତାଙ୍କର ଏଭଳି ସାହସିକ ପଦକ୍ଷେପ ଦେଖି ୩ ଜଣ ଯାକ ଭୟଭୀତ ହୋଇ ବାଡ଼ିପଟ ପାଚେରି ଡେଇଁ ଫେରାର ହୋଇଯାଇଥିଲେ।ଘଟଣା ସମୟରେ ପ୍ରଶାନ୍ତ ସାହୁ ଘରେ ନଥିଲେ। ସେ ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରିଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, ଏହି ଘଟଣା ସମ୍ପର୍କରେ ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତିରଞ୍ଜନ ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ ଘଟଣା ବିଷୟରେ ସୂଚନା ପାଇଥିବା କହିଛନ୍ତି। ଏହାର ତଦନ୍ତ ପାଇଁ ଏକ ପୋଲିସ ଟିମ୍ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି।ଏହି ଘଟଣା ପରେ ମୁରୁସୁଆଁ ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଫେରାର ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
Tags:ଅପରାଧ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।