ପାଟଣା ବ୍ଲକରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ୩ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ
News Summary
ପାଟଣା ବ୍ଲକରେ ୮ଟି ପଞ୍ଚାୟତର BLO, ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଭୋଟର ତାଲିକା ଓ ଘରକୁ ଘର ସର୍ଭେ ନେଇ ୩ ଦିନିଆ ପ୍ରଶିକ୍ଷଣ ଆରମ୍ଭ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧୩/୧୦: ଆଗାମୀ ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ବୁଥ୍ ସ୍ତରୀୟ ଅଧିକାରୀଙ୍କ ପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।ଏହି ପ୍ରଶିକ୍ଷଣ ଶିବିରରେ ଘରକୁ ଘର ବୁଲି ସର୍ଭେ କରିବା, ଭୋଟର ତାଲିକାରେ ନୂତନ ଭୋଟରଙ୍କ ନାମ ସାମିଲ କରିବା ଏବଂ ନିଜ ୱାର୍ଡ ବାହାରେ ରହୁଥିବା ଭୋଟରଙ୍କୁ ନିଜ ୱାର୍ଡର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ତାଲିମ ଦିଆଯାଉଛି।ପ୍ରଥମ ପର୍ଯ୍ୟାୟରେ ବୁଢ଼ିକାପୁଡ଼ି, ଏରେଣ୍ଡେଇ, ତୁରୁମୁଙ୍ଗା, ଚାକୁଣ୍ଡାପାଳ, ରାଜନଗର, ଡୁମୁରିଆ, ପଲାଣଘାଟି ଓ ସରାସକୋଲା ପଞ୍ଚାୟତର ବୁଥ୍ ସ୍ତରୀୟ ଅଧିକାରୀ (BLO), ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀମାନେ ଏହି ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ମୋଟ ୮ଟି ପଞ୍ଚାୟତର କର୍ମଚାରୀଙ୍କୁ ଭୋଟର ତାଲିକା ସଂଶୋଧନ ଓ ଘରକୁ ଘର ସର୍ଭେ ପ୍ରକ୍ରିୟା ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରାଯାଇଛି।
ଏହି ଶିବିରରେ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ବିଏସ୍ଏସ୍ଓ ଅଭୟ ଚରଣ ଦେହୁରୀ, ଭାରପ୍ରାପ୍ତ ଏବିଡିଓ ପାର୍ବତୀ ସର୍ଦ୍ଦାର, ପିଇଓ ଅଶୋକ କୁମାର ମହାନ୍ତ ଓ ବିଏଲଓ ସୁପରଭାଇଜର ଜ୍ୟୋତିର୍ମୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବା ଦିଗରେ ଏହି ପ୍ରଶିକ୍ଷଣ ଶିବିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।