କେନ୍ଦୁଝର/ପାଟଣା, ୨୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ମିନି ଷ୍ଟାଡିୟମଠାରେ ବିଜୟା ଦଶମୀ ଅବସରରେ ଧୁମଧାମରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଆକର୍ଷଣୀୟ ଆତସବାଜି, ରାବଣ ଦହନ ଓ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିବା ବେଳେ ଏହି ଉତ୍ସବରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ସାମିଲ ହୋଇଥିଲେ।ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏହି ମହୋତ୍ସବରେ ଆତସବାଜିର ଚିତ୍ତାକର୍ଷକ ପ୍ରଦର୍ଶନ ସହ କଟକର ପ୍ରସିଦ୍ଧ ସୁର ସାରେଗାମାପା ମେଲୋଡି ଗ୍ରୁପ୍ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉପସ୍ଥିତ ଦର୍ଶକ ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଭରପୂର ଉପଭୋଗ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆନନ୍ଦେଶ୍ୱର ମନ୍ଦିରରୁ ଏକ ସୁସଜ୍ଜିତ ପଟୁଆରରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ବଜାର ପରିକ୍ରମା କରାଯାଇ ରାବଣ ପୋଡ଼ି ମହୋତ୍ସବ ମଣ୍ଡପ ନିକଟକୁ ଅଣାଯାଇଥିଲା। ଏହାପରେ ଆୟୋଜିତ ସଭାରେ ଶିକ୍ଷକ ପାର୍ଥସାରଥୀ ବେଜ ସଂଯୋଜନା କରିଥିଲେ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘଟଗାଁ ଏସଡିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବେ ପାଟଣାର ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ ଓ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଯୋଗଦେଇଥିଲେ। ସେମାନେ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ରାବଣ ଦହନର ମହତ୍ତ୍ୱ ଏବଂ ରାମାୟଣର ଆଦର୍ଶ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ରାବଣ ଦହନରେ ଅଗ୍ନି ସଂଯୋଗ କରିଥିଲେ।ରାବଣ ପୋଡ଼ି ମହୋତ୍ସବ କମିଟିର ସଭାପତି ଅୟସ କୁମାର ନାୟକ, ସମ୍ପାଦକ ପ୍ରକାଶ କୁମାର ସେଠୀଙ୍କ ସମେତ ସଦସ୍ୟ ଦୁର୍ଲଭ ଦାସ, ବିକାଶ ସେଠୀ, ତାପସ ମିଶ୍ର, ଯୁଧିଷ୍ଠିର ମହାନ୍ତ, ମଧୁସୂଦନ ମହାନ୍ତ, ପ୍ରୀତମ ପଣ୍ଡା ଓ ବ୍ରଜବନ୍ଧୁ ସେଠୀଙ୍କ ସହ କ୍ଲବର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପାଟଣା ପୁଲିସ ଓ ଆଞ୍ଚଳିକ ମହାବିଦ୍ୟାଳୟର ଏନସିସି ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ସେହିପରି ଅଗ୍ନିଜନିତ ଅଘଟଣକୁ ଏଡ଼ାଇବା ପାଇଁ ପାଟଣା ଅଗ୍ନିଶମ ବାହିନୀ ଓ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ସଜାଗ ରହିଥିଲେ। ଏକ ଉତ୍ସବମୁଖର ଓ ଶାନ୍ତିପୂର୍ଣ୍ଣ ପରିବେଶରେ ରାବଣ ପୋଡ଼ି ମହୋତ୍ସବ ସମାପନ ହୋଇଥିଲା।
ପାଟଣାରେ ଧୁମଧାମରେ ରାବଣ ପୋଡ଼ି ମହୋତ୍ସବ, ଆତସବାଜିରେ କମ୍ପିଲା ଅଞ୍ଚଳ
News Summary
କେନ୍ଦୁଝର ଜିଲ୍ଲା ପାଟଣାରେ ଧୁମଧାମରେ ରାବଣ ପୋଡ଼ି ମହୋତ୍ସବ। ଆତସବାଜି, ମେଲୋଡି ଓ ରାବଣ ଦହନ ଦେଖିବାକୁ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।