କେନ୍ଦୁଝର/ପାଟଣା, ୩୧/୧୦: ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବ୍ଲକର ୧୩ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମକୁ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ ଫିତା କାଟି ଉଦଘାଟନ କରିଥିଲେ। ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ସେଠୀ, ଜଗଦୀଶ ନାୟକ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାଳତୀ ମହାନ୍ତି, ଶିକ୍ଷକ ନେତା କମଳାକାନ୍ତ ପତି, ପାର୍ଥସାରଥୀ ବେଜ୍, କୁନାଲ କୁମାର ପଣ୍ଡା, ସନ୍ତୋଷ କୁମାର ନାଏକ, ପ୍ରମୋଦ କୁମାର ମହାନ୍ତଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଅବସରରେ କୁଇଜ୍, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବିତର୍କ, ଚିତ୍ରକଳା, ଶିଳ୍ପକଳା ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଉଦଯାପନୀ ସମାରୋହରେ ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସମାଜସେବୀ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ, ସନାତନ ଦାଶ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟ ଓ ବଡ଼ପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ମଞ୍ଚ ପରିଚାଳନାରେ ପାର୍ଥସାରଥୀ ବେଜ୍, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ କମଳାକାନ୍ତ ପତି ଓ କୁନାଲ ପଣ୍ଡା ସହଯୋଗ କରିଥିଲେ।
ପାଟଣା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦଯାପିତ, ୧୩ଟି କ୍ଲଷ୍ଟରର ଛାତ୍ରଛାତ୍ରୀ ଦେଖାଇଲେ ପ୍ରତିଭା
News Summary
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଶିଶୁ ମହୋତ୍ସବ ସୁରଭି ଓ ମଧ୍ୟାହ୍ନ ଭୋଜନ ସଚେତନତା ମେଳା ଉଦଯାପିତ। ୧୩ଟି କ୍ଲଷ୍ଟରର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:ଶିକ୍ଷା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।