କେନ୍ଦୁଝର/ପାଟଣା, ୩୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆମ ପୁଲିସ ସମିତି ପକ୍ଷରୁ ଶନିବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ ସହ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଟଣା ଅଞ୍ଚଳର ବୁଦ୍ଧିଜୀବୀ, ବଣିକ ସଂଘର ପ୍ରତିନିଧି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ, ଏଏସ୍ଆଇ ଜିତେନ୍ଦ୍ର କୁମାର ପଟେଲ, ଧନେଶ୍ୱର ପାତ୍ରଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଥାନାଧିକାରୀ ଶ୍ରୀ ସାହୁ ରାଷ୍ଟ୍ରୀୟ ଏକତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରି ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ଦିଗରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଏଥିସହ ଅଞ୍ଚଳରେ ନିଶାମୁକ୍ତି ଅଭିଯାନକୁ ଅଧିକ ସକ୍ରିୟ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଏହାବ୍ୟତୀତ ସାଇବର ଅପରାଧ ଓ ଅନଲାଇନ୍ ଠକେଇରୁ ସୁରକ୍ଷିତ ରହିବା, ବିଭିନ୍ନ ପ୍ରକାର ପ୍ରଲୋଭନର ଶିକାର ନହେବା ସହ ସାମାଜିକ ସଚେତନତା ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ। ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ପାଟଣାରେ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ, ନିଶାମୁକ୍ତି ଓ ସାଇବର ଠକେଇ ସଚେତନତା ଉପରେ ଗୁରୁତ୍ୱ
News Summary
ପାଟଣା ଥାନା ଆମ ପୁଲିସ ସମିତି ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ। ନିଶାମୁକ୍ତି ଅଭିଯାନ, ସାଇବର ଅପରାଧ ଓ ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନତା ବାର୍ତ୍ତା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।