ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ଗଣିଆବରେଇ ଗ୍ରାମରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ, ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ

News Summary

ଗଣିଆବରେଇ ଗ୍ରାମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ। ନିଶାମୁକ୍ତ ସମାଜ ଗଠନ ପାଇଁ ଶୋଭାଯାତ୍ରା ଓ ଶପଥ ପାଠ।

ନଜର ଓଡ଼ିଶା | Nazar Odisha

କେନ୍ଦୁଝର/ପାଟଣା, ୩୧/୧୦: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସାହାରପଡ଼ା ବ୍ଲକ ମହ୍ଲାରପଦା ପଞ୍ଚାୟତ ଅନ୍ତର୍ଗତ ଗଣିଆବରେଇ ଗ୍ରାମରେ ଏକତା ଦିବସ ପାଳନ କରାଯାଇଛି। ମାଇଁ ଭାରତ କେନ୍ଦୁଝରର ସହଯୋଗ ଏବଂ ଅର୍ଜୁନପଶିସ୍ଥିତ ସିଦ୍ଧି ବିନାୟକ କ୍ଲବର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କ୍ଲବର ଉପସଭାପତି ନିହାର ରଞ୍ଜନ ମହାକୁଡ଼ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପଞ୍ଚାୟତର ପିଇଓ ତପନ କୁମାର ସେଠୀ, ନାଏବ ସରପଞ୍ଚ ନେତ୍ରାନନ୍ଦ ମହାନ୍ତ, ସମାଜସେବୀ ଦୀନବନ୍ଧୁ ନାଏକ, ଆଶିକ ହାଁସଦା, ବିବେକ ମହାନ୍ତ, ଲୋକନାଥ ନାଏକ ଓ ପ୍ରଭାକର ନାଏକ ଯୋଗ ଦେଇଥିଲେ।ଏହି ଅବସରରେ କ୍ଲବର ସଦସ୍ୟ ଓ ଅତିଥିମାନଙ୍କ ଉପସ୍ଥିତିରେ ଏକ ନିଶାମୁକ୍ତି ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। କ୍ଲବର ସଦସ୍ୟ ମନୋଜ କୁମାର ଘଣା, ନିଶିକାନ୍ତ ସେଠୀ, ଗୋବିନ୍ଦ ଚନ୍ଦ୍ର ବାରିକ, ଭରତ ରାଉତ, ମୋତିଲାଲ ସେଠୀ, ଧନଞ୍ଜୟ ସେଠୀ, ଦିବ୍ୟଜ୍ୟୋତି ସେଠୀ ଓ ରାକେଶ ରତନ ଘଣାଙ୍କ ସମେତ ଅନ୍ୟ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ।ଉପସ୍ଥିତ ଅତିଥିମାନେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନୀ ଓ ଦେଶର ଏକତା ରକ୍ଷାରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ଏକ ସୁସ୍ଥ, ସୁନ୍ଦର ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଗ୍ରାମବାସୀ ଓ ମହିଳାମାନଙ୍କୁ ସଚେତନ କରାଯାଇଥିଲା। ଗ୍ରାମରୁ ସମ୍ପୂର୍ଣ୍ଣ ନିଶା ଦୂର କରିବା ସହ ନିଶାମୁକ୍ତ ଭାରତ ଗଠନ ଦିଗରେ ସହଯୋଗ କରିବାକୁ ସମସ୍ତେ ଶପଥ ଗ୍ରହଣ କରିଥିଲେ।

Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।