ଢେଙ୍କିକୋଟରେ ପାର୍ବଣ ଓ ଭସାଣି ପାଇଁ ଶାନ୍ତି କମିଟି ବୈଠକ, ଶୃଙ୍ଖଳିତ ଉତ୍ସବ ପାଳନ ଉପରେ ଗୁରୁତ୍ୱ
News Summary
ଢେଙ୍କିକୋଟରେ ପାର୍ବଣ ଓ ଭସାଣି ପାଇଁ ଘଟଗାଁ ପୁଲିସର ଶାନ୍ତି କମିଟି ବୈଠକ। ଡିଜେ ନିୟମ ଓ ଶୃଙ୍ଖଳା ଉପରେ ଗୁରୁତ୍ୱ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୧୦/୧୦: ଦୁର୍ଗାପୂଜା, ଗଣେଶ ପୂଜା ସମେତ ଆଗାମୀ ପାର୍ବଣ ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଘଟଗାଁ ପୁଲିସ ପକ୍ଷରୁ ଢେଙ୍କିକୋଟରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି।ଶୁକ୍ରବାର ସନ୍ଧ୍ୟା ୭ଟାରେ ଢେଙ୍କିକୋଟ ପୁଲିସ ବିଟ୍ ହାଉସ ପରିସରରେ ଘଟଗାଁ ଏସଡିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଏହି ବୈଠକ ହୋଇଥିଲା। ବିଟ୍ ହାଉସ ଅଧିକାରୀ ତ୍ରିନାଥ ନାଏକ ବୈଠକର ଆୟୋଜନ କରିଥିବା ବେଳେ ଆଇଆଇସି ଶୁଭ୍ରାନ୍ତ କୁମାର ଜେନା ସଭା ପରିଚାଳନା କରିଥିଲେ।ଢେଙ୍କିକୋଟ ବଜାରରେ ପାର୍ବଣ ଉତ୍ସବ ଓ ଭସାଣି ଦେଖିବା ପାଇଁ କେନ୍ଦୁଝର ଜିଲ୍ଲା ସମେତ ବାହାର ଅଞ୍ଚଳରୁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭସାଣି ଉତ୍ସବକୁ ଶୃଙ୍ଖଳିତ କରିବା ସହ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଡିଜେ ବଜାଇବାକୁ ଆଇଆଇସି ସମସ୍ତ ପୂଜା କମିଟି ଓ ବୁଦ୍ଧିଜୀବୀଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ ଜନମଙ୍ଗଳ ଯୁବକ ସଂଘ, ବିନ୍ଦାସ କ୍ଲବ, ଦିଲଦାର କ୍ଲବ, ଶାରଦୀୟ ଦୁର୍ଗାପୂଜା କମିଟି, ଶ୍ରୀ ଦୁର୍ଗାପୂଜା କମିଟି, ଲକ୍ଷ୍ମୀପୂଜା ଓ କାଳୀପୂଜା କମିଟିର ବରିଷ୍ଠ କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ ଓ ଢେଙ୍କିକୋଟର ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଶେଷରେ ବିଟ୍ ହାଉସ ଅଧିକାରୀ ତ୍ରିନାଥ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।