ଆଜିଠୁ ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା ଯାତ୍ରା, ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାନୀତି
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପୁରୀ, ୧୧/୧୦: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା। ଦୁର୍ଗାମାଧବ ଉପାସନାର ପ୍ରତୀକ ଏହି ପରମ୍ପରାରେ ମହାପ୍ରଭୁ ମାଆ ଦୁର୍ଗାଙ୍କ ସହ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେଉଛି।
ପରମ୍ପରା ଅନୁଯାୟୀ, ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଯାଇ ନଥିବାରୁ ନୀଳାଦ୍ରି ବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଓ ଶ୍ରୀମନ୍ଦିରର ପ୍ରାଚୀନ ସଂସ୍କୃତିକୁ ଆଧାର କରି ଗୁପ୍ତ ଗୁଣ୍ଡିଚା ପାଳନ କରାଯାଉଥିବା ଗବେଷକମାନେ ମତ ଦେଇଛନ୍ତି।
ଗୁପ୍ତ ଗୁଣ୍ଡିଚା ଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ସ୍ୱତନ୍ତ୍ର ପରମ୍ପରା। ଶାରଦୀୟ ଦୁର୍ଗାପୂଜା ସମୟରେ ଏହି ଧାର୍ମିକ ଆୟୋଜନ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ମହତ୍ତ୍ୱକୁ ଆହୁରି ବୃଦ୍ଧି କରିଥାଏ।
Tags:ଆମ ଓଡ଼ିଶା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।