ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୭/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଭାରତ’ କାର୍ଯ୍ୟାଳୟ ପରିସରରେ ସହଭାଗୀ ଶିକ୍ଷା ଓ କାର୍ଯ୍ୟ ସମ୍ବନ୍ଧୀୟ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତ ୫ ଓ ୬ ତାରିଖ ଦୁଇଦିନ ଧରି ‘ସେହାଟ’ ପ୍ରକଳ୍ପ ପକ୍ଷରୁ ଏହି ପ୍ରଶିକ୍ଷଣ ଆୟୋଜିତ ହୋଇଥିଲା।ଏଥିରେ କେନ୍ଦୁଝର ଜିଲ୍ଲାର ୪ଟି ବ୍ଲକର ଗୋଷ୍ଠୀ ସେବା ପ୍ରଦାନକାରୀ କର୍ମୀ ଓ ହାଟ ସେବା ପ୍ରଦାନକାରୀ କର୍ମୀମାନେ ଯୋଗଦେଇଥିଲେ। ପ୍ରଶିକ୍ଷକ ଭାବେ ‘ଏକଜୁଟ୍’ ସଂସ୍ଥାର ରେବତୀ ସାହୁ, ସୁମିତ୍ରା ଗାଗରାଇ, ପବିତ୍ର ମୋହନ ବିଶ୍ୱାଳ, ନିରାଶ ମହାନ୍ତ ଓ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ‘ଭାରତ’ର ପ୍ରକଳ୍ପ ସଂଯୋଜକ ଶିବନାଥ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ନବକିଶୋର ମିଶ୍ର ଯୋଗଦେଇଥିଲେ।
ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମା’ ଓ ଶିଶୁଙ୍କୁ ପ୍ରଭାବିତ କରୁଥିବା ପୋଷଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା, ଏହାର ପ୍ରଭାବ ବିଶ୍ଳେଷଣ କରିବା ଏବଂ ଗୋଷ୍ଠୀର ସହଯୋଗରେ ସମସ୍ୟାର ସମାଧାନ ପାଇଁ ରଣନୀତି ପ୍ରସ୍ତୁତ କରିବା।ପ୍ରଶିକ୍ଷଣ ସମୟରେ କାହାଣୀ ମାଧ୍ୟମରେ ସଚେତନତା ସୃଷ୍ଟି, ଚିତ୍ରର ବ୍ୟବହାର ଏବଂ ଲୋକଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ କିପରି ଆଣିହେବ ସେ ସମ୍ପର୍କରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।‘ଉନ୍ନତ ପୁଷ୍ଟିସାର ପାଇଁ ଭାରତୀୟ ଖାଦ୍ୟ ପ୍ରଣାଳୀ’ (ଇନ୍‌ଫ୍ୟୁଜନ୍) ପ୍ରକଳ୍ପ ଏକ ଗବେଷଣାଭିତ୍ତିକ ଅଧ୍ୟୟନ ପାଇଁ ଚାଲିଥିବା ବେଳେ ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ୍ ଓ ସେଫିଲ୍ଡ ବିଶ୍ୱବିଦ୍ୟାଳୟ ଏହାକୁ ସହାୟତା କରୁଛନ୍ତି। ରାଷ୍ଟ୍ରୀୟ ପୋଷଣ ସଂସ୍ଥା, ହାଇଦ୍ରାବାଦ ପକ୍ଷରୁ ଏହାର ପରାମର୍ଶ ଓ ତଦାରଖ ଜାରି ରହିଛି।
ବିଶେଷକରି ଗ୍ରାମାଞ୍ଚଳର ସାପ୍ତାହିକ ହାଟର ଉନ୍ନତି ସହିତ ଗୋଷ୍ଠୀର ମା’ ଓ ଶିଶୁମାନଙ୍କ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ବୋଲି ଜଣାପଡ଼ିଛି।
କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମୀ ଝରଣା ଦାଶ, ରଣଜିତ ମହାନ୍ତ, ଜ୍ୟୋତିରଞ୍ଜନ ବାରିକ, ଅର୍ଜୁନ ସେଠୀ ପ୍ରମୁଖ ସହଯୋଗ କରିଥିଲେ।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।