ଚେମେଣାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, କଳାକାରଙ୍କୁ ସମ୍ବର୍ଦ୍ଧନା
News Summary
: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ। ନର୍ତ୍ତକୀ ଡ୍ୟାନ୍ସ ଏକାଡେମୀର କଳାକାରଙ୍କୁ ସମ୍ବର୍ଦ୍ଧନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨୯/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚେମେଣା ଗ୍ରାମରେ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ମା' ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଭକ୍ତିମୟ ପରିବେଶରେ ଆୟୋଜିତ ହୋଇଥିଲା। ଏହି ପୂଜା ମହୋତ୍ସବ ଅବସରରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଦ୍ୟା ବାଟିକାର ଅଧ୍ୟକ୍ଷ ଅନୀଲ କୁମାର ଚାଉଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କମିଟିର ସମ୍ପାଦକ ବିରେନ୍ଦ୍ର ପ୍ରସାଦ ଓ ବରିଷ୍ଠ ସଦସ୍ୟ ବିଭୀଷଣ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ନାୟକ ମଞ୍ଚ ପରିଚାଳନା କରିଥିଲେ।ଭୁବନେଶ୍ୱରରୁ ଆସିଥିବା ନର୍ତ୍ତକୀ ଡ୍ୟାନ୍ସ ଏକାଡେମୀର କଳାକାରମାନେ ବିଭିନ୍ନ ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଥିଲେ। ଏହି ଅବସରରେ ଏକାଡେମୀର କଳାକାରଙ୍କ ସମେତ ଛାତ୍ରୀମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।