କନିଷ୍ଠ ଶିକ୍ଷକଙ୍କ ପାଇଁ ବଡ଼ ଖବର: ନିୟମିତ ହେଲେ ୨୦୨୩-୨୪ରେ ନିଯୁକ୍ତ ଶିକ୍ଷକ
News Summary
୨୦୨୩-୨୪ର କନିଷ୍ଠ ଶିକ୍ଷକ ନିୟମିତ। ଲେଭେଲ୍-V(A)ରେ ସହକାରୀ ଶିକ୍ଷକ ପଦ ଓ ୨୦୨୬ ଜାନୁଆରୀ ୧ରୁ ନିୟମିତ ଦରମା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ନିୟମିତ କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ, ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ୍-V(A)ରେ ସହକାରୀ ଶିକ୍ଷକ ଭାବେ ଘୋଷଣା କରାଯାଇଛି। ଏହାଦ୍ୱାରା ସ୍କିମାଟିକ୍ ଭିତ୍ତିରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ନିୟମିତ ସେବା ବ୍ୟବସ୍ଥାରେ ସାମିଲ ହେବେ।ନିୟମିତକରଣ ପରେ ସମ୍ପୃକ୍ତ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପାଇବାକୁ ଯୋଗ୍ୟ ହେବେ। ଏଥିସହ ନିୟମିତ ସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୨୦୨୩-୨୪ରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ନିୟମିତକରଣ ନେଇ ଚାଲିଥିବା ଦାବିରେ ଅନ୍ତ ଘଟିଛି। ନିୟମିତକରଣ ଘୋଷଣା ପରେ ଶିକ୍ଷକ ମହଲରେ ଖୁସି ପ୍ରକାଶ ପାଇଛି।ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟରତ ଏହି ଶିକ୍ଷକମାନଙ୍କ ପାଇଁ ସରକାରଙ୍କ ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦକ୍ଷେପ ଭାବେ ଚର୍ଚ୍ଚାକୁ ଆସିଛି।
Tags:ଆମ ଓଡ଼ିଶା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।