ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

ପାଟଣା ବ୍ଲକର ୨୦ ପଞ୍ଚାୟତରେ ଗ୍ରାମସଭା: ଗ୍ରାମ ଉନ୍ନୟନ ପାଇଁ ପ୍ରସ୍ତାବ ଦେଲେ ପଞ୍ଚାୟତବାସୀ

News Summary

ପାଟଣା ବ୍ଲକର ୨୦ଟି ପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ। ପଞ୍ଚାୟତବାସୀ ଗ୍ରାମ ଉନ୍ନୟନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ସମସ୍ତ ୨୦ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଗ୍ରାମସଭାରେ ପଞ୍ଚାୟତବାସୀ ନିଜ ନିଜ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ଆବଶ୍ୟକତା ସମ୍ପର୍କରେ ପ୍ରସ୍ତାବ ରଖିଥିଲେ।ପାଟଣା ବ୍ଲକର ଚେମେଣା ପଞ୍ଚାୟତରେ ବିଡିଓ ମାନସ କୁମାର ଦଣ୍ଡପାଟ, ବୁଢ଼ୀକାପୁଡି ପଞ୍ଚାୟତରେ ଅତିରିକ୍ତ ତହସିଲଦାର ଶିବ ଶଙ୍କର ହେମ୍ବ୍ରମ, ଡୁମୁରିଆ ପଞ୍ଚାୟତରେ ସହ ଶ୍ରମ ଅଧିକାରୀ ଅମରେଶ କର ଏବଂ ମୁରୁସୁଆଁ ପଞ୍ଚାୟତରେ ତହସିଲଦାର ଅଶ୍ୱିନୀ କୁମାର ନାଏକ ପ୍ରମୁଖ ଯୋଗଦେଇ ଗ୍ରାମସଭାର ପର୍ଯ୍ୟବେକ୍ଷଣ କରିଥିଲେ।ପ୍ରତ୍ୟେକ ପଞ୍ଚାୟତରେ ପିଇଓ ଓ ଏଡିଇଓମାନେ ଗ୍ରାମସଭା ପରିଚାଳନା କରିଥିଲେ। ଏହାସହ ଗ୍ରାମସଭାକୁ ସୁଚାରୁ ଭାବେ ପରିଚାଳନା ଓ ତଦାରଖ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା।ବଡ଼ପାଟଣା ପଞ୍ଚାୟତରେ ବ୍ଲକ ବିତ୍ତ ଅଧିକାରୀ ପାର୍ବତୀ ସର୍ଦ୍ଦାର, ବାଉଁଶୁଳୀ ପଞ୍ଚାୟତରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ. ସଦାଶିବ ମଢେଇ, ବୁଢ଼ୀକାପୁଡି ପଞ୍ଚାୟତରେ ଏପିଓ ଏଇ ଖେଲାରାମ ମୁର୍ମୁ, ଚିନାମାଳିପଶି ପଞ୍ଚାୟତରେ ବିପିସି ସୁରେନ୍ଦ୍ର ଖଣ୍ଡା, ଚାକୁଣ୍ଡାପାଳ ପଞ୍ଚାୟତରେ ପେସାର ନିର୍ମଳା ମହାନ୍ତ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ସେହିପରି ଚେମେଣା ପଞ୍ଚାୟତରେ ଏପିଓ ମଧୁସୂଦନ ପ୍ରଧାନ, ଡୁମୁରିଆ ପଞ୍ଚାୟତରେ ବିପିସି ଜମାଲୁଦିନ ଖାନ, ଏରେଣ୍ଡେଇ ପଞ୍ଚାୟତରେ ଏଇ ବିଶ୍ୱଜିତା ନାଏକ, ଜମୁନାପଶି ପଞ୍ଚାୟତରେ ବପିଏ ଲୋକନାଥ ମହାନ୍ତ, କଣ୍ଟିଆପଡା ପଞ୍ଚାୟତରେ ଯୋଗାଣ ନିରୀକ୍ଷକ ଦିବ୍ୟରାଜ ଭୋଇ ଏବଂ କେନ୍ଦେଇପଶି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ ବେହେରା ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।ଖିରେଇଟାଙ୍ଗିରି ପଞ୍ଚାୟତରେ ପ୍ରଭାତ କୁମାର ନାଥ, ମିରିଗିଖୋଜି ପଞ୍ଚାୟତରେ ମଙ୍ଗଳ ଅଧିକାରିଣୀ ସିପ୍ରାରାଣୀ ମହାନ୍ତ, ମୁରୁସୁଆଁ ପଞ୍ଚାୟତରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଏଇ ମିଥୁନ ମାଝୀ, ମୁଷାଖୋରୀ ପଞ୍ଚାୟତରେ ବିଏଲସି ସୁସ୍ମିତା ସାହୁ, ପଲାଣଘାଟି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଇଂ. ଅଜୟ କୁମାର ଝା ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ନେଇଥିଲେ।ରାଜନଗର ପଞ୍ଚାୟତରେ ଏସିପି ସୌମ୍ୟରଞ୍ଜନ ଦାଶ, ସରାସକୋଲା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଇଂ. ନିହାର ରଞ୍ଜନ ନାୟକ, ଟାଙ୍ଗରପଡା ପଞ୍ଚାୟତରେ ବିଏସଏସଓ ଅଭୟ ଚରଣ ଦେହୁରୀ ଏବଂ ତୁରୁମୁଙ୍ଗା ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀ ଇଂ. ମନୋଜ କୁମାର ପଣ୍ଡା ନୋଡାଲ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ।ଗ୍ରାମସଭାରେ ସ୍ଥାନୀୟ ଲୋକଙ୍କ ଉନ୍ନୟନ ସମ୍ପର୍କିତ ପ୍ରସ୍ତାବ ଓ ଆବଶ୍ୟକତା ଉପରେ ଆଲୋଚନା କରାଯିବା ସହ ପଞ୍ଚାୟତସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମତାମତ ଗ୍ରହଣ କରାଯାଇଥିଲା।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।