ତୁରୁମୁଙ୍ଗାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ,
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ତୁରୁମୁଙ୍ଗା, ୧୦/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗୋପବନ୍ଧୁଙ୍କ ସେବା, ତ୍ୟାଗ ଓ ଆଦର୍ଶକୁ ସ୍ମରଣ କରିବା ସହ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ମା’ ତାରିଣୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ କରିଥିଲେ। ଏହାପରେ ଛାତ୍ରୀମାନେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।ଟ୍ରଷ୍ଟର ସଭାପତି ଗୋପୀନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ପରିବେଶବିତ୍ ତଥା ଏ.ବି. ଗ୍ରୁପ୍ର ଅଧ୍ୟକ୍ଷ ଡ. କିଶୋର ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଏବଂ ସନ୍ତୋଷୀ ମା’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପିକା ସ୍ମୃତି ବାନାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ସମାଜସେବୀ ତଥା ଶିଳ୍ପପତି ପ୍ରତାପ ଚନ୍ଦ୍ର ସାହୁ, ଏ.ବି. ଦାସ ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶିକା ମଧୁସ୍ମିତା ଦାସ ଓ ପ୍ରଧାନଶିକ୍ଷକ ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ ଗୋପବନ୍ଧୁ ଦାସଙ୍କ ମାନବସେବା, ତ୍ୟାଗ, ନିଷ୍ଠା ଓ ଆଦର୍ଶମୟ ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଏହି ସମାରୋହରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇଥିଲେ।
ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧନା
ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏଥିରେ ରକ୍ତଦାନ କ୍ଷେତ୍ରରେ ସତ୍ୟନାରାୟଣ ସାହୁଙ୍କୁ ‘ରକ୍ତବୀର ସମ୍ମାନ’, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀ ଯଶୋଦା ମହାନ୍ତଙ୍କୁ ‘ଉତ୍ତମ ସ୍ୱାସ୍ଥ୍ୟସେବା ସମ୍ମାନ’, କୃଷି କ୍ଷେତ୍ରରେ ବେଣୁଧର ମହାନ୍ତଙ୍କୁ ‘ଆଦର୍ଶ କୃଷକ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ଯଦୁମଣି ନାଏକ, ସାହେବ ମୁଣ୍ଡା ଓ ପ୍ରଭାକର ନାଏକଙ୍କୁ ‘ସେବା ସମ୍ମାନ’ ଏବଂ କାବ୍ୟେଶ ବେହେରାଙ୍କୁ ‘ବିଦ୍ୟା ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।ଟ୍ରଷ୍ଟର ସମ୍ପାଦକ ତଥା ଶିକ୍ଷକ ରମେଶ ଚନ୍ଦ୍ର ନାୟକ ସମ୍ପାଦକୀୟ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ବଳଭଦ୍ର ନାଏକଙ୍କ ସମେତ ଅନିଲ କୁମାର ଚାୱଡା, ଅଜୟ କୁମାର ସାହୁ, ଭକ୍ତବନ୍ଧୁ ବେହେରା, ସଞ୍ଜୟ କୁମାର ସାହୁ, ହିମାଂଶୁ ଶେଖର ପାତ୍ର, ବିନାୟକ ସାହୁ, କୁନ୍ତଳା ମହାନ୍ତ, ସଂଘମିତ୍ରା ସାହୁ, ସନ୍ତୋଷ କୁମାର ବାରିକ, ଜନାର୍ଦ୍ଦନ ପୃଷ୍ଟି, ଋଷିନାଥ ମହାନ୍ତ, ସୁମନ୍ତ କୁମାର ମହାନ୍ତ, ପ୍ରଦୀପ୍ତ କୁମାର ସାହୁ ଓ ବନମାଳୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ଶିକ୍ଷକ କେଦାରନାଥ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Tags:କେନ୍ଦୁଝରତୁରୁମୁଙ୍ଗା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।