ଢେଙ୍କିକୋଟରେ ସଡ଼କ ସୁରକ୍ଷା ସଚେତନତା, ୩୦ରୁ ଊର୍ଦ୍ଧ୍ୱ ଦୁଇଚକିଆ ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ
News Summary
ଢେଙ୍କିକୋଟ ଖଣ୍ଟଘର ଟୋଲ୍ ଗେଟ୍ ନିକଟରେ କେନ୍ଦୁଝର ଜିଲ୍ଲା ପରିବହନ ବିଭାଗର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ। ୩୦ରୁ ଊର୍ଦ୍ଧ୍ୱ ଚାଳକଙ୍କୁ ମାଗଣା ହେଲମେଟ ବଣ୍ଟନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ, ୯/୧୦: କେନ୍ଦୁଝର ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ୩୦ରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ଦୁଇଚକିଆ ଯାନ ଚାଳକଙ୍କୁ ମାଗଣାରେ ହେଲମେଟ ବଣ୍ଟନ କରାଯାଇଛି।କେନ୍ଦୁଝର ଜିଲ୍ଲାର ୨୦ ନମ୍ବର ଜାତୀୟ ରାଜପଥରେ ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ପଥକର ଫାଟକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ ଦୁଇଚକିଆ ଯାନ ଚାଳକଙ୍କୁ ହେଲମେଟ ପ୍ରଦାନ କରିଥିଲେ। ବାଇକ୍ ଚଳାଇବା ସମୟରେ ନିଜର ସୁରକ୍ଷା ପାଇଁ ହେଲମେଟ ବ୍ୟବହାର କରିବା ସହ ଟ୍ରାଫିକ୍ ନିୟମ ମାନିବାକୁ ସେ ସମସ୍ତ ଚାଳକଙ୍କୁ ନିବେଦନ କରିଥିଲେ।ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ଯୋଗଦେଇଥିଲେ। ଜିଲ୍ଲା ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଡ଼କ ସୁରକ୍ଷା ସଚେତନତା ଓ ହେଲମେଟ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା।ଏଥିରେ ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା, ବରିଷ୍ଠ ମୋଟର ଯାନ ନିରୀକ୍ଷକ ସନ୍ଦୀପ ପାଇକରାୟ, ଡେପୁଟି କମିଶନର ରମାକାନ୍ତ ନାୟକ, ଟିଆଇ ସୁକୁରାମ ସୋରେନ, ସହକାରୀ ଏମଭିଆଇ ଦିବ୍ୟଜ୍ୟୋତି ମହାନ୍ତ, ଟିଆଇ ସସ୍ମିତା ପଣ୍ଡା, ପହଲି ନାଏକ, ରୋସନ ବୁଡ, ସୁଷମା ବେହେରା, ଢେଙ୍କିକୋଟ ବିଟ୍ ଅଧିକାରୀ ତ୍ରିନାଥ ନାଏକ ଓ ଏଏସଆଇ କ୍ଷୀରୋଦିନୀ ନିଆଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ପରିବହନ ବିଭାଗ ପକ୍ଷରୁ ‘ସଡ଼କ ସୁରକ୍ଷା, ଜୀବନ ରକ୍ଷା’ ଏବଂ ପ୍ରଯୁକ୍ତିର ଉପଯୋଗ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ପ୍ରଦାନ କରାଯାଇଥିଲା। ହେଲମେଟ ବ୍ୟବହାର ଓ ଟ୍ରାଫିକ୍ ନିୟମ ପାଳନ ଦ୍ୱାରା ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ସଚେତନ କରାଯାଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।