ସାହାରପଡାରେ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା, ଲିଙ୍ଗଗତ ବୈଷମ୍ୟ ହ୍ରାସ ଉପରେ ଗୁରୁତ୍ୱ
News Summary
ସାହାରପଡାରେ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା, ଲିଙ୍ଗଗତ ବୈଷମ୍ୟ ହ୍ରାସ ଓ ବିପର୍ଯ୍ୟୟ ପରିଚାଳନା ଉପରେ ଆଲୋଚନା।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧/୧୦: ସାହାରପଡା ବ୍ଲକ ଆଭାସୀ ହଲ୍ଠାରେ ବିପର୍ଯ୍ୟୟ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟକୁ ଗୁରୁତ୍ୱ ଦେବା ସହ ବିପର୍ଯ୍ୟୟର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ, ସେନେଇ ଏକ କର୍ମଶାଳା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସାହାରପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା ଯୋଗଦେଇ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ନିଜ ନିଜର ମତାମତ ରଖିଥିଲେ।
କର୍ମଶାଳାରେ ଅତିରିକ୍ତ ତହସିଲଦାର ଚରଣ ନାଏକ, ବ୍ଲକ ଅଧ୍ୟକ୍ଷା ରୀନା ନାଏକ, ସ୍ୱାସ୍ଥ୍ୟ ବିଭାଗର ଆୟୁଷ ଡାକ୍ତର ବିପ୍ଲବିନୀ ରାଉତଙ୍କ ସମେତ ଯୋଗାଣ, ମତ୍ସ୍ୟ, କୃଷି, ପରିମଳ, ଗ୍ରାମ୍ୟ ଗୃହ ଯୋଗାଣ, ଶିକ୍ଷା, ଅଗ୍ନିଶମ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଓ ସୁପରଭାଇଜରମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦ୍ୱାରା ମନୋନୀତ ତାଲିମଦାତା ଅନିତା ଚକ୍ର ଓ ମମତା ରଣା କର୍ମଶାଳାରେ ତାଲିମ ପ୍ରଦାନ କରିଥିଲେ। ବ୍ଲକର ନୋଡାଲ ଏନ୍ଜିଓ ପ୍ରତିନିଧି କେଦାରନାଥ ଆରୁକ ପ୍ରାରମ୍ଭରେ ବିପର୍ଯ୍ୟୟ ସମ୍ପର୍କରେ ସମ୍ୟକ ଧାରଣା ଦେବା ସହ ଗ୍ରାମସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ବିପର୍ଯ୍ୟୟ ସମୟରେ ମହିଳା, ଶିଶୁ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ବର୍ଗଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହ ପ୍ରଭାବୀ ପରିଚାଳନା ଓ ପ୍ରଶମନ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।ଶେଷରେ ଗ୍ରାମ ପଞ୍ଚାୟତ ଅଧିକାରୀ ଉପସ୍ଥିତ ସମସ୍ତ ଅଧିକାରୀ ଓ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କର୍ମଶାଳା ସମାପ୍ତ ହୋଇଥିଲା।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।