ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର
ସଦ୍ୟତମ ଖବର ଲୋଡ୍ ହେଉଛି...

କେନ୍ଦେଇପଶିରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

News Summary

କେନ୍ଦେଇପଶିରେ ବରିଷ୍ଠ ନାଗରିକ ଦିବସ: ୧୫୦ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୧/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ହାଟପଡ଼ିଆରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଏକ ସ୍ୱତନ୍ତ୍ର ସଚେତନତା ଓ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସ୍ୱାସ୍ଥ୍ୟର ଯତ୍ନ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଆୟୋଜନରେ ୯ଟି ଗ୍ରାମର ପ୍ରାୟ ୧୫୦ ଜଣ ବୟୋଜ୍ୟେଷ୍ଠ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କୁ ଉପଯୁକ୍ତ ଜୀବନଶୈଳୀ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ଫୁଲ ଓ ଚନ୍ଦନ ଦେଇ ବୟୋଜ୍ୟେଷ୍ଠମାନଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ୯ଟି ଗ୍ରାମରୁ ଜଣେ ଲେଖାଏଁ ବୟୋଜ୍ୟେଷ୍ଠଙ୍କୁ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଗ୍ରାମସ୍ତରୀୟ ମିଶନ ଶକ୍ତି ସହାୟିକା ମନୋରମା ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ପକ୍ଷରୁ ପ୍ରମୁଖ ସହଯୋଗ ରହିଥିଲା।ପଞ୍ଚାୟତସ୍ତରୀୟ ସଂଘର ସଭାନେତ୍ରୀ କିରଣ ବାଳା ସେଠୀ ଓ ସମ୍ପାଦିକା ସସ୍ମିତା ମହାନ୍ତଙ୍କ ସମେତ ମିଶନ ଶକ୍ତିର ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଏଥିସହ ପଞ୍ଚାୟତ କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ ସମ୍ପ୍ରଦାୟ ସମ୍ପଦ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାକୁ ମଧ୍ୟ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦେଇପଶି ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍ ନର୍ସ ଦେବଶ୍ରୀ ସାହୁଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ବୟୋଜ୍ୟେଷ୍ଠମାନଙ୍କ ରକ୍ତଚାପ ଯାଞ୍ଚ କରିଥିଲେ। ଏଥିସହ ସେମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ସମନ୍ୱୟକ ସସ୍ମିତା ସାହୁ, ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ଦେହୁରୀ, ସହକାରୀ ବିକାଶ ଅଧିକାରୀ ଜଗେନ୍ଦ୍ର ନାଥ ମହାନ୍ତ, ସରପଞ୍ଚ ମିନାକ୍ଷୀ ନାଏକ, ସଚ୍ଚାସେବୀ ମିତ୍ର ଭାନୁ ନାଏକ ଓ ଜୀବନଶୈଳୀ ଶିକ୍ଷକ ଦିବ୍ୟଲୋଚନ ସାହୁଙ୍କ ସମେତ ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ମହିଳା ସଦସ୍ୟାମାନେ ଉପସ୍ଥିତ ଥିଲେ।ବରିଷ୍ଠ ନାଗରିକଙ୍କ ସମ୍ମାନ, ସ୍ୱାସ୍ଥ୍ୟ ସଚେତନତା ଓ ସାମାଜିକ ସୁରକ୍ଷା ନେଇ ଏଭଳି କାର୍ଯ୍ୟକ୍ରମ ସମାଜରେ ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ବାର୍ତ୍ତା ପହଞ୍ଚାଇବାରେ ସହାୟକ ହୋଇଛି।
Share: 𝕏
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
  • ()

Latest News

ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।


About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।