ଟ୍ରକ୍ ଧକ୍କାରେ ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ଗୁରୁତର, କଟକ ସ୍ଥାନାନ୍ତର
News Summary
ତିରିଂ ହାଇସ୍କୁଲ ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦଙ୍କ କାରକୁ ଟ୍ରକ୍ ଧକ୍କା। ରାଇରଙ୍ଗପୁରରୁ କଟକ ସ୍ଥାନାନ୍ତର, ପୁଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ରାଇରଙ୍ଗପୁର:୧୪/୯, ଗଣେଶ ପୂଜା ପାଇଁ ସ୍କୁଲ ଯାଉଥିବା ବେଳେ ଭୟାବହ ସଡ଼କ ଦୁର୍ଘଟଣାରେ ତିରିଂ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର ସହ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଆଜି ସକାଳେ ପ୍ରଧାନଶିକ୍ଷକ ରଞ୍ଜନ ନନ୍ଦ ନିଜ କାରରେ ରାଇରଙ୍ଗପୁରରୁ ତିରିଂ ଅଭିମୁଖେ ଯାଉଥିଲେ। ବହଳଦା ଥାନା ଅନ୍ତର୍ଗତ କାଦୁଆଣୀ ଗାଁ ନିକଟ ଜାତୀୟ ରାଜପଥ-୨୨୦ରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ତାଙ୍କ କାରର ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରଞ୍ଜନ ନନ୍ଦଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ରାଇରଙ୍ଗପୁରରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ବହଳଦା ଥାନା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
