ସ୍କୁଲ ଛୁଟି ନେଇ ବଡ଼ ଅପଡେଟ୍: ଗଣେଶ ପୂଜା ଓ ନୂଆଁଖାଇ ପାଇଁ ମିଳିବ ଲଗାତାର ଛୁଟି
ଡାକ୍ତରୀ ପରୀକ୍ଷା ରେ କୃତିତ୍ବ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
ପାଟଣା:୨୫/୮,(ନଜର ଓଡ଼ିଶା) ଆଜି ଅପରାହ୍ନରେ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପାର୍ଥସାରଥୀ ବେଜଙ୍କ ସଂଯୋଜନା ଓ ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦୁଇଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭାରେ ମୁଖ୍ୟ ଅତିଥି ଭାବରେ ବଡପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା, ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଳା ସମ୍ପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର କର, ଶାନ୍ତନୁ କୁମାର ସାହୁ, ପ୍ରସନ୍ନ କୁମାର ପରିଡ଼ା, ନଳିନିକାନ୍ତ ଘଣା, କୁଡ଼ୁମି ସେନା ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ, ଶିକ୍ଷକ ଦେବେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। କଠିନ ପରିଶ୍ରମ କଲେ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ। ଶେଷରେ କୃତି ପ୍ରତିଭା ଯଥା କୁମାରୀ ସୋନାଲିସା ମହାନ୍ତ ଓ ମିହିର ମହାନ୍ତଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ ଓ ମକରଧ୍ବଜ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ।
ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ବିଜ୍ଞାନ ଅଲମ୍ପିୟାଡ଼ କୃତିତ୍ୱଧାରୀଙ୍କୁ ସମ୍ବର୍ଦ୍ଧନା
ପାଟଣା ୨୨/୮(ନଜରଓଡ଼ିଶା)
ପାଟଣା ବ୍ଲକ ମୁଖ୍ୟାଳୟ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଏହି ବିଦ୍ୟାଳୟ ର ବିଜ୍ଞାନ ଅଲମ୍ପିୟାଡ଼ କୃତିତ୍ୱଧାରୀ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳାର କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ, ବିଦ୍ୟାଳୟ ର ଚେୟାରମ୍ୟାନ ସାମାଜିକ କର୍ମୀ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ ଓ ସଙ୍ଗୀତ ନିର୍ଦ୍ଦେଶକ ଚିନ୍ମୟ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଜୋନାଲ ସ୍ତରରେ ଏହି ବିଦ୍ୟାଳୟ ବିଜ୍ଞାନ ଆନ୍ତରଜାତୀୟ ଅଲମ୍ପିୟାଡ଼ ରେ ସ୍ଵର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ କୁ ମିଶାଇ ମୋଟ ୧୮ଟି ପଦକ ଅର୍ଜନ କରିଛି। ଅଲମ୍ପିୟାଡ଼ ଗଣିତରେ ୩୨ ଟି ସ୍ଵର୍ଣ ପଦକ,ଇଂରାଜୀ ରେ ୨୧ ଟି,ବିଜ୍ଞାନ ରେ ୨୨ ଟି,ସାଧାରଣ ଜ୍ଞାନରେ ୧୭ ଟି,କମ୍ପ୍ୟୁଟର ବିଜ୍ଞାନ ରେ ୪ ଟି,ହିନ୍ଦୀରେ ୧୩ ଟି ଏବଂ ଏସ ଏସ ଟି ରେ ୧୦ ଜଣକୁ ମିଶାଇ ମୋଟ ୧୩୭ ଜଣ ଅଲମ୍ପିୟାଡ଼ ଓ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିବା ୩୬ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପଦକ,ଅର୍ଥ ରାଶି ଚେକ ଓ ପ୍ରମାଣ ପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। କଳ୍ପତରୁ ଦାଶ ଓ ଚମ୍ପାବତୀ ମହାନ୍ତଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ଗତ ସହଯୋଗ ଦେଇଥିଲେ।

