ଡାକ୍ତରୀ ପରୀକ୍ଷା ରେ କୃତିତ୍ବ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା
News Summary
ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଡାକ୍ତରୀ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୋନାଲିସା ମହାନ୍ତ ଓ ମିହିର ମହାନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ପାଟଣା:୨୫/୮,(ନଜର ଓଡ଼ିଶା) ଆଜି ଅପରାହ୍ନରେ ପାଟଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ପାର୍ଥସାରଥୀ ବେଜଙ୍କ ସଂଯୋଜନା ଓ ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତଙ୍କ ଆବାହକତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଦୁଇଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭାରେ ମୁଖ୍ୟ ଅତିଥି ଭାବରେ ବଡପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା, ସମ୍ମାନୀତ ଅତିଥି ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଳା ସମ୍ପାଦକ କମଳାକାନ୍ତ ପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର କର, ଶାନ୍ତନୁ କୁମାର ସାହୁ, ପ୍ରସନ୍ନ କୁମାର ପରିଡ଼ା, ନଳିନିକାନ୍ତ ଘଣା, କୁଡ଼ୁମି ସେନା ରାଜ୍ୟ ଉପ ସଭାପତି ମିତ୍ରଭାନୁ ମହାନ୍ତ, ଶିକ୍ଷକ ଦେବେନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। କଠିନ ପରିଶ୍ରମ କଲେ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ ବୋଲି ଅତିଥି ଗଣ ମତପ୍ରକାଶ କରିଥିଲେ। ଶେଷରେ କୃତି ପ୍ରତିଭା ଯଥା କୁମାରୀ ସୋନାଲିସା ମହାନ୍ତ ଓ ମିହିର ମହାନ୍ତଙ୍କୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ନାଏକ ଓ ମକରଧ୍ବଜ ମହାନ୍ତ ପରିଚାଳନାରେ ସହଯୋଗ କରିଥିଲେ।
Tags:ବ୍ଲକ ଖବରଶିକ୍ଷା ଖବର
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
