ସଡ଼କ ଦୁର୍ଘଟଣାରେ ରୋଜଗାରକ୍ଷମ ପୁଅଙ୍କ ମୃତ୍ୟୁ, ଭାଙ୍ଗିପଡ଼ିଛି ପରିବାର; ସହାୟତା ପାଇଁ ନିବେଦନ
News Summary
କେନ୍ଦୁଝରରେ ସଡ଼କ ଦୁର୍ଘଟଣାରେ ଗୁରୁଚରଣ ସେଠୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ, ଦୁଇ ଝିଅ ଓ ବୃଦ୍ଧ ପିତାମାତାଙ୍କ ପରିବାର ଆର୍ଥିକ ସଙ୍କଟରେ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର:୨୫ା୮(ନଜର ଓଡ଼ିଶା)କେନ୍ଦୁଝର ରେ ଦୀର୍ଘ ୨୦ବର୍ଷରୁ ଉଦ୍ଧ୍ୱ ସମୟ ଧରି କାର୍ଯ୍ୟ କରୁଥିବା ଗୁରୁଚରଣ ସେଠୀ ଗତ ବୁଧବାର ଦିନ ନିଜ ଗାଁ ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମ ପଂଚାୟତ ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରୁ କେନ୍ଦୁଝର ଆସୁଥିବାବେଳେ ବଲାଣିପଶି ନିକଟରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା । ଘରେ ତାଙ୍କ ବୃଦ୍ଧ ପିତାମାତା ଥିବାବେଳେ ସେମାନେ ଏବେ ଶଯ୍ୟାଶାୟୀ । ଗୁରୁଚରଣ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କର ବିଧବା ପତ୍ନୀଙ୍କ ସହ ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି । ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟସାଧ୍ୟ । ତେଣୁ ସହୃଦୟ ବ୍ୟକ୍ତିମାନେ ତାଙ୍କ ପରିବାରର ଏହି ଦୁର୍ଦ୍ଦିନରେ ଯତ କିଞ୍ଚିତ ସାହାଯ୍ୟ କରିବା ପାଇଁ ତାଙ୍କ ପତ୍ନୀ ଅର୍ଚ୍ଚନା ସେଠୀ ଅନୁରୋଧ କରିଛନ୍ତି । ଅର୍ଚ୍ଚନାଙ୍କ ମୋବାଇଲ ନମ୍ବର ୬୩୭୧୮୦୯୪୬୯ରେ ଇଚ୍ଛୁକ ବ୍ୟକ୍ତିବିଶେଷ ସହାୟତା ପ୍ରଦାନ କରିପାରିବେ ।
Tags:ଜିଲ୍ଲା ଖବର
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
