ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
🔴
ସାହାରପଡା:୨୬/୮ (ନଜର ଓଡ଼ିଶା) ସାହାରପଡ଼ା ବ୍ଲକ ପରିସରରେ ବିଡିଓ ରଞ୍ଜିତ କୁମାର ମହାନ୍ତ ଏବଂ ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲମ୍ବୋଦର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅସ୍ଥିଶଲ୍ୟ, ଚକ୍ଷୁ, କର୍ଣ୍ଣ-ନାସା-ଗଳା ଏବଂ ମାନସିକ ରୋଗ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ମୋଟ ୧୭୩ ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ନିଦାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ୧୨୦ ଜଣ ଭିନ୍ନକ୍ଷମ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ୭୨ ଜଣଙ୍କୁ ତୁରନ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ଅବଶିଷ୍ଟ ୫୧ ଜଣଙ୍କୁ ଜିଲ୍ଲାସ୍ତରୀୟ ପରୀକ୍ଷା ପରେ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ଏବିଡିଓ ରଶ୍ମିରେଖା ମହାନ୍ତି, ତପନ କୁମାର ଭୂୟଁ ଓ ରକ୍ଷା ପୋଥଳ ସହଯୋଗ କରିଥିଲେ।
Tags:ବ୍ଲକ ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
