ପାଟଣା ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ପାଟଣା:୨୭/୮(ନ.ଓ.)ପାଟଣା ମୁଖ୍ୟାଳୟସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ରକ୍ଷାବନ୍ଧନ ଉତ୍ସବ ବହୁ ଆଡମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ତଥା ଓଡ଼ିଶା କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ କୁମାର ମହାନ୍ତ ଯୋଗଦେଇ ଶିଶୁ ଭାଇ ଓ ଭଉଣୀମାନଙ୍କୁ ରକ୍ଷାବନ୍ଧନର ମହତ୍ତ୍ୱ ସମ୍ପର୍କରେ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ।ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପାଲା ଗାୟକ ସରୋଜ କୁମାର ବେହେରା ଯୋଗଦେଇ ପ୍ରଭୁ ବଳଭଦ୍ରଙ୍କ ଜନ୍ମଜୟନ୍ତୀ ତଥା ରକ୍ଷାବନ୍ଧନର ମହତ୍ତ୍ୱ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଗୋପୂଜନ ଓ ବୃକ୍ଷପୂଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ହଳଧର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ ଓ ସେବିକା କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
Tags:ବ୍ଲକ ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
