ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

ବେଦ ବିଦ୍ୟାଳୟ ପରିଦର୍ଶନ କଲେ ବିଶିଷ୍ଟ ସାଧୁସନ୍ଥ

News Summary

ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍

ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଢେଙ୍କିକୋଟ,୧୨।୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଲଙ୍ଗଳକଣ୍ଟି ଗ୍ରାମରେ ଥିବା ବେଦ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଶିଷ୍ଟ ସାଧୁସନ୍ଥ। ଏହି ଅବସରରେ ସାଧୁସନ୍ଥମାନେ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ମଧ୍ୟ ସାକ୍ଷାତ କରି ଧର୍ମ ଆଲୋଚନା କରିଥିଲେ।ମା’ କାମାକ୍ଷାଙ୍କ ପବିତ୍ର ଧାମ ଆସାମରୁ ବରିଷ୍ଠ ମହନ୍ତ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ଜୁନା ଆଖଡ଼ାର ସ୍ୱାମୀ ବିଷ୍ଣୁ ଗିରି ମହାରାଜ, ଡିଭାଇନ ଲାଇଫର ସ୍ୱାମୀ ସତ୍ୟ ଧର୍ମାନନ୍ଦ ସରସ୍ୱତୀ ଏବଂ ଶ୍ରୀକ୍ଷେତ୍ରରୁ ସ୍ୱାମୀ ଦର୍ଶନ ପ୍ରମୁଖ ପୂର୍ବାହ୍ନରେ ସାଂସଦ ଅନନ୍ତ ନାୟକଙ୍କ ବାସଭବନକୁ ଆସି ତାଙ୍କୁ ଭେଟିଥିଲେ। ସେଠାରେ ସାଂସଦଙ୍କ ସହ ଧର୍ମ ଓ ଆଧ୍ୟାତ୍ମିକତା ସମ୍ପର୍କରେ ଆଲୋଚନା ହୋଇଥିଲା।ପରେ ବିଶିଷ୍ଟ ସାଧୁସନ୍ଥମାନେ ଲଙ୍ଗଳକଣ୍ଟି ବେଦ ବିଦ୍ୟାଳୟ ପରିଦର୍ଶନ କରି ବେଦ ବିଦ୍ୟାର୍ଥୀଙ୍କ ସହ ବେଦ ପାଠ କରିଥିଲେ। ବେଦ ବିଦ୍ୟାଳୟର ଗୁରୁଜୀ ସୁବାସ ଚନ୍ଦ୍ର ମିଶ୍ର ଏବଂ ସାଂସଦଙ୍କ ପତ୍ନୀ ଲବଙ୍ଗ ଲତା ନାୟକ ପ୍ରମୁଖ ସାଧୁସନ୍ଥମାନଙ୍କୁ ସ୍ୱାଗତ କରିବା ସହ ଭବ୍ୟ ଅଭ୍ୟର୍ଥନା ଜଣାଇଥିଲେ।
Share: 𝕏
ନଜର ଓଡ଼ିଶା
Nazar Odisha
  • ()

Latest News


Leave a Reply

Your Email address will not be published.

Required fields are marked *

🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।